କର୍ମକାଣ୍ଡ ଜ୍ୟୋତିଷ ଗୋବିନ୍ଦ ଚନ୍ଦ୍ର ରଥଙ୍କ ବିୟୋଗ

0
88

ବ୍ରହ୍ମପୁର,୧୬/୧୨/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର କର୍ମକାଣ୍ଡ ବିଶାରଦ ପୁରୋହିତ ସ୍ଵର୍ଗତ ଗୋବିନ୍ଦ ଚନ୍ଦ୍ର ରଥ ଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ରାହାଡା ସ୍ଵାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା । ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କ ର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଏଥିରେ ତାଙ୍କର ପୁତ୍ର କୃଷ୍ଣଚନ୍ଦ୍ର ରଥ ସମେତ ଆତ୍ମୀୟ ସୁଜନ ମାନେ ଉପସ୍ଥିତ ଥିଲେ । ସ୍ଵର୍ଗତ ରଥ ଜଣେ କର୍ମକାଣ୍ଡ ବିଶାରଦ ସମେତ ବିଭିନ୍ନ ପୂଜା ପାଠରେ ଧୂରୀଣ ଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ଜଣେ ଜଣାଶୁଣା ପୁରୋହିତ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here