ଜାନୁଆରୀ ମାସ ର ସବୁ ଛୁଟି ଦିନ ଗୁଡିକ ଦର୍ଶକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ।ସମୟ ଅପରାହ୍ନ ଚାରିଟା ରୁ ସନ୍ଧ୍ୟା ଛ ଟା।ଆଜି ଅପରାହ୍ନ ରୁ ଆରମ୍ଭ

0
191

ଭୂବନେଶ୍ୱର,୦୧/୦୧/୨୦୨୩:
ଜାନୁଆରୀ ୨୦୨୩ ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣ ଙ୍କ ପାଇଁ ଖୋଲା ରହିବ।ଚଳିତ ମାସ ରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି କୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ ।ଆଜି ନୂଆ ବର୍ଷ ରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ। ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here