ପୋଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଶହୀଦ ଦିବସ ପାଳିତ

0
213

କଟକ,୩୦/୦୧/୨୦୨୩:ପୋଲିସ ମୁଖ୍ୟାଳୟରେ ଶହୀଦ ଦିବସ ଉପଲକ୍ଷେ ନୀରବ ପ୍ରାର୍ଥନା ।
ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ ପୋଲିସ ମୁଖ୍ୟାଳୟଠାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ),ଶ୍ରୀ ଏସ. ଦେବଦତ୍ତ ସିଂ, ଆଇ.ପି.ଏସ., ଆଇ. ଜି. (ପର୍ସେନେଲ), ଶ୍ରୀ ଏସ. ପ୍ରବୀଣ କୁମାର, ଆଇ.ପି.ଏସ. ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହ ମହାମାନବ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୋଲିସ ମୁଖ୍ୟାଳୟର ଏସ.ପି. ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଏ. ଆଇ. ଜି (ପର୍ସେନେଲ), ଶ୍ରୀ ପ୍ରିୟରଞ୍ଜନ ଶତପଥୀ, ଅତିରିକ୍ତ ଏସ.ପି.,ଶ୍ରୀ ଶ୍ରୀହର୍ଷ ମିଶ୍ର, ଏ. ଆଇ. ଜି (ପ୍ରୋଭିଜନିଂ) ଶ୍ରୀ ଅଶୋକ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ ।ସହକାରୀ ଦୁର୍ଗପତି ଶ୍ରୀ ପଙ୍କଜ କୁମାର ନାୟକ,ସୁବେଦାର ଶ୍ରୀ ଅଶୋକ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ସୂଚନାଯୋଗ୍ୟ ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଦେଶବ୍ୟାପୀ ଶହୀଦ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here