“ଲର୍ଡ଼ ବୁଦ୍ଧ ରିୟଲ ଇଷ୍ଟେଟ୍ କାର୍ଯ୍ୟାଳୟ” ଉଦ୍‌ଘାଟିତ

0
172

ବ୍ରହ୍ମପୁର,୨୩/୦୩/୨୦୨୩: ସ୍ଥାନୀୟ ଗାନ୍ଧୀ ନଗର ୨ୟ ଲାଇନ୍ ସ୍ଥିତ ତ୍ରିପାଠୀ ଭବନ ନିକଟସ୍ଥ ଆଇ କେୟାର ହସ୍ପିଟାଲ ସମ୍ମୁଖରେ ଗୁରୁବାର ଦିନ “ଲର୍ଡ଼ ବୁଦ୍ଧ ରିୟଲ ଇଷ୍ଟେଟ୍ କାର୍ଯ୍ୟାଳୟର” ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ଉକ୍ତ ଉଦ୍‌ଘାଟନ ଉତ୍ସବ କାର୍ଯ୍ୟକ୍ରମରେ ଶୁଭବେଳା କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ସମୟରେ ପ୍ରଦୀପ ପ୍ରଜ୍ବଳନ ଓ ପୂଜାପାଠ କାର୍ଯ୍ୟକ୍ରମ ସମ୍ପନ୍ନ ପରେ କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିରାଙ୍ଗ ଗୌତମ ବୁଦ୍ଧ ମନ୍ଦିର କମିଟିର ମୁଖ୍ୟ ଧର୍ମଗୁରୁ ଗେଟୁଲ୍ ଜିଗ୍ମେ ରିପୋଚେ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ଷ୍ଟେଟ୍ ବ୍ୟାଙ୍କ୍ ଆଫ୍ ଇଣ୍ଡିଆର ଶାଖା ପରିଚାଳକ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ଶ୍ରୀଯୁକ୍ତ ସତ୍ୟ ନାରାୟଣ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ତଥା କଳାକାର ଶ୍ରୀଯୁକ୍ତ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟାଳୟର ଉଦଘାଟନ କରିଥିଲେ । ଏନେଇ ମୁଖ୍ୟ ଅତିଥି ବୁଦ୍ଧ ଧର୍ମଗୁରୁ ରିୟଲ ଇଷ୍ଟେଟର ଉତ୍ତୋରତ୍ତର କାମନା କରି ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ଅନ୍ୟ ଅତିଥି ମାନେ ମଧ୍ୟ ଶୁଭେଚ୍ଛା ଜଣାଇ ଥିଲେ। ଏହି ଅବସରରେ ରିୟଲ ଇଷ୍ଟେଟ ନିର୍ଦ୍ଦେଶକ ଦ୍ବୟ ଶ୍ରୀ ପଦ୍ମଚରଣ ନାୟକ ଓ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଅନୁରାଧା ସାହୁ, ପ୍ରଶାନ୍ତ ନାୟକ, ମନୋଜ କୁମାର ବେହେରା, ଡା. ଖଣ୍ଡୁଆଳ, ପୂର୍ଣ୍ଣଚନ୍ଦ୍ର ଗୌଡ, ତ୍ରିନାଥ ନାୟକ, ଭୁବନେଶ୍ୱର ନାୟକ, ଲକ୍ଷ୍ମୀଧର ସ୍ୱାଇଁ, କେଦାର ନାଥ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here