ଆଡପଡ଼ାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ।

0
195

ବ୍ରହ୍ମପୁର , ୨୪/୦୩/୨୦୨୩: ମାର୍ଚ୍ଚ ୨୪ ,ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସଚେତନତା କର୍ମଶାଳାର ଆୟୋଜନ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା , ବାହନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ଅଞ୍ଚଳ ଆଶାକର୍ମୀଙ୍କ ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସାମ୍ପ୍ରତିକ ସମୟରେ ଯକ୍ଷ୍ମା ରୋଗ ନିରାକରଣରh ଉପୁଜୁଥିବା ସମସ୍ୟା ଓ ତାର ମିଳିତ ସମାଧାନର ସୂତ୍ର ଆଧାରରେ ସାମୁହିକ ଉଦ୍ୟମରେ ଏହାର ସଫଳତା ନେଇ ନିଜନିଜ ବକ୍ତବ୍ୟ ରଖିଥିଲେ । ଏହା ସହିତ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗର ସେବାକର୍ମୀଙ୍କ ପ୍ରକୃତ ତଥ୍ୟ ଆଧାରରେ ଯୋଜନା କ୍ରିୟାଶୀଳ ହେଉଥିବାରୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ମନୋବୃତ୍ତିକୁ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଯକ୍ଷ୍ମା ନିରାକରଣ ଯୋଜନାରେ ସମ୍ପ୍ରତି ବେସରକାରୀ ସ୍ବେଛାସେବୀ ଅନୁଷ୍ଠାନ ସାମିଲ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଥିବାରୁ ସ୍ଥାନୀୟ ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟକୁ ଆୟୋଜିତ କାର୍ଯ୍ୟକ୍ରମରେ ସାଧୁବାଦ ପ୍ରଦାନ କରାଯାଇଥିଲା । ପରିଶେଷରେ ଯକ୍ଷ୍ମା ନିରାକରଣ ଯୋଜନାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଉତ୍ତମ ସେବାକାର୍ଯ୍ୟ ପ୍ରଦାନ କରିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରତୀକ୍ଷା ସ୍ୱାଇଁ , ,ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ବିଜୁଳି ସାହୁ , ଆଶା କର୍ମୀ କଲ୍ୟାଣୀ ସ୍ୱାଇଁ , ଟିବିସି ଚମ୍ପିୟାନ ତବତି କୁମାର ଜେନା ଏବଂ ସ୍ବେଛାସେବୀ ବର୍ଗରେ ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ଉପଦେଷ୍ଟା ଜଗନ୍ନାଥ ପଣ୍ଡା ପ୍ରମୁଖଙ୍କୁ କାର୍ଯ୍ୟକ୍ରମ ଦ୍ବାରା ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଟ ଚକ୍ଷୁରୋଗ ପରିଦର୍ଶକ ଶିବ ସୁନ୍ଦର ଦାଶଙ୍କ ସହ ମଧୁସ୍ମିତା ପରିଡ଼ା , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବନ୍ଧକ ସୁନିଲ କୁମାର ସାବତ , ଗୋଷ୍ଠୀ ତଥ୍ୟ ପ୍ରବନ୍ଧକ ଲକ୍ଷ୍ମୀକାନ୍ତ ପାଢ଼ୀ ପ୍ରମୁଖ ମଞ୍ଚାସିନ ରହିଥିଲେ ।

LEAVE A REPLY

Please enter your comment!
Please enter your name here