ଡୁରା ରାମନାରାୟଣ ଡିଗ୍ରୀ କଲେଜରେ ବିଶ୍ବ ରେଡ୍‌କ୍ରସ୍ ଦିବସ ପାଳିତ

0
82

ଗୋପାଳପୁର,୦୮/୦୫/୨୦୨୩: ଆମର ସମସ୍ତ କର୍ମ ହୃଦୟରୁ ହିଁ ଆସିଥାଏ(ଏଭିଂଥିଙ୍ଗ୍ ୱି ଡୁ କମ୍‌ ଫ୍ରମ୍ ଦି ହାର୍ଟ)ରେଡ୍‌କ୍ରସ୍‌ର ଏହି
ଥିମ୍‌ରେ ସମସ୍ତେ କାର୍ଯ୍ୟ କରିବାକୁ ଡୁରା ରାମନାରାୟଣ ଡିଗ୍ରୀ
କଲେଜରେ ବିଶ୍ବ ରେଡ୍‌କ୍ରସ୍ ଦିବସ ପାଳନ ଅବସରରେ ଆହ୍ବାନ
ଦେଇଛନ୍ତି କଲେଜ ଯୁବ ରେଡ୍‌କ୍ରସ୍ (ୱାଇଆର୍‌ସି) କାଉନସେଲର
ତଥା ପ୍ରାଣୀବିଜ୍ଞାନ ଅଧ୍ୟାପିକା ଡ. ଉଷାରାଣୀ ବ୍ରହ୍ମା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଧ୍ୟକ୍ଷ ଡ. ପିନାକୀ ମହାନ୍ତି କହିଥିଲେ ଯେ, ଅନ୍ୟକୁ ବିପଦବେଳେ ସହାୟତା କରିବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ। କାଉନସେଲର ଡ. ବ୍ରହ୍ମା ଚଳିତବର୍ଷ ରେଡ୍‌କ୍ରସ୍ ଥିମ୍ ସମ୍ପର୍କରେ ସ୍ଵେଚ୍ଛାସେବୀଙ୍କୁ କହିଥିଲେ ଯେ, ବନ୍ୟା, ବାତ୍ୟା ଆଦି ପ୍ରକୃତିକ ବିପର୍ଯ୍ୟୟ ସହ ମହାମାରୀରେ ଅସହାୟ, ଦୁର୍ଗତମାନଙ୍କୁ ଖାଦ୍ୟ, ପାନୀୟ ଠାରୁ ଚିକିତ୍ସା ସହାୟତା କରିବା ଆମର ପ୍ରାଥମିକ କର୍ତ୍ତବ୍ୟ ।
ଯଦି ସମସ୍ତେ ଆନ୍ତରିକତାର ସହ କିଛି ସମୟ ଓ ଶ୍ରମ ଦେବେ
ତାହା ରେଡ୍‌କ୍ରସ୍‌ର ଉଦ୍ଦେଶ୍ୟ ପୂରଣରେ ସହାୟକ ହୋଇପାରିବ।
କାର୍ଯ୍ୟକ୍ରମରେ ନୂତନ ୱାଇଆର୍‌ସି ସ୍ବେଚ୍ଛାସେବୀ ଓମ୍ ପ୍ରୀତମ୍ ଦାସ,
ସୁଜାତା ପାଣିଗ୍ରାହୀ, ଅଞ୍ଜଳି ବେହେରା, ସ୍ମୃତିରାଣୀ ବେହେରା,
ସୁପ୍ରିୟା ପାତ୍ର, କାହ୍ନୁଚରଣ ଗୌଡ଼, ଅମିତ ସାହୁ, ଏସ୍. ଟେଙ୍କେଶ୍ଵର
ରାଓ, ସୁରଜ କୁମାର ବେହେରା, ଲିପିକା ଗୌଡ଼, ସି. ଏଚ୍ ଜୟଶ୍ରୀ ରେଡ୍ଡୀ ଶପଥପାଠ କରିଥିଲେ। ଉଭିଦ ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜର ଅଧ୍ୟାପିକା, ଅଧ୍ୟାପକ,କର୍ମଚାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here