ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ,ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଲେ ରାଜ୍ୟ ସରକାର

0
234

ଭୁବନେଶ୍ୱର,୧୫/୦୫/୨୦୨୩: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ସୋମବାର ଦିନ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ ତା ୧୫.୧୦.୨୦୨୨ ରିଖରେ ଓଡ଼ିଶାରୁ ସମ୍ପୂର୍ଣ ଚୁକ୍ତିଭିଭିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିଭିକ କର୍ମଋରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ ହେବେ ବୋଲି ତା ୧୩.୧୦.୨୦ ୨୨ରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଗୃହରେ ପ୍ରତିଶ୍ରୁତି ମିଳିଥିଲା ଏବଂ ୧୫ ତାରିଖ କ୍ୟାବିନେଟ ପୂର୍ବରୁ ସରକାରଙ୍କ ତରଫରୁ କନିଷ୍ଠ ଶିକ୍ଷକମାନଙ୍କୁ ଫୋନ ଯୋଗେ ୭ ଦିନ ଭିତରେ ଆପଣଙ୍କ ବିଭାଗୀୟ ଆଦେଶନାମା ବାହାରିବ ବୋଲି ଜଣାଇଥିଲେ । ୧୫ ଅକ୍ଟୋବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଘୋଷଣା କଲେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା । ଏଥିରେ ୫୭ ହଜାର କର୍ମଋରୀ ଚୁକ୍ତିଭିଭିଜ ଉଚ୍ଛେଦ ହେଲେ କିନ୍ତୁ ଏହି ଘୋଷଣାରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିଭିକ କନିଷ୍ଠ ଶିକ୍ଷକମାନେ ବାଦ୍ ପଡ଼ିଯାଇଥିଲେ । ତା୨୬.୧୦.୨୦୨୨ ରିଖରେ ମାନ୍ୟବର ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗ ସହ ବୈଠକ ହୋଇଥିଲା । ସେଥିରେ କନିଷ୍ଠ ଶିକ୍ଷକଙ୍କ ଦାବକୁ ସରକାର ଖୁବ୍‌ଶୀଘ୍ର କ୍ୟାବିନେଟରେ ପାସ୍ ହୋଇ ଘୋଷଣା କରାଯିବ ବୋଲି କୁହାଗଲା । ଦୁଇଟା ଉପନିର୍ବାଚନ ସମୟରେ ଆମ ଦାବିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲା ଏବଂ ତା ୧୪.୧୨.୨୦୨୨ ରିଖରେ ମୁଖ୍ୟ ଶାସନ ସଚିବ ଅଫିସ୍ ଭିତରେ ଆଲୋଚନା ହେଲା । କିନ୍ତୁ ସ୍କିମ୍‌ରେ କର୍ମଋରୀ ସଂଖ୍ୟା ଅଧିକ ଓ କେନ୍ଦ୍ରୀୟ ସ୍କିମ ବୋଲି ଭିତ୍ତିହୀନ କଥା କହି ନିୟମିତ କରିବାକୁ ମନା କରିଦେଲେ ।ବର୍ତ୍ତମାନ ଯେଉଁ ୫୭ ହଜାର କର୍ମଋରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ କଲେ ସେଥିରେ ମଧ୍ୟ ପୂର୍ବରୁ କେନ୍ଦ୍ର ରାମ୍‌ ସ୍କିମ୍‌ରୁ ହାଇସ୍କୁଲ୍ ଶିକ୍ଷକ, ସ୍ଵାସ୍ଥ୍ୟ ବିଭାଗ କେନ୍ଦ୍ର ସ୍କିମ୍‌ରୁ ନସିଂ ଅଫିସର ଓ ପଞ୍ଚାୟତ ଜଳଯୋଗାଣ ବିଭାଗର ଡିପ୍ଲୋମାଧାରୀ ମାନଙ୍କୁ ନିୟମିତ ଘୋଷଣା ସହ ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ସାମିଲ୍ କରିଛନ୍ତି ।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ମନ୍ତ୍ରଣାଳୟର ଦାୟାଦ ଶ୍ରୀ ସମୀର କୁମାର ପତିଙ୍କ ଏକ ସୂଚନା ଅଧିକାର ପତ୍ରର ଉତ୍ତରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତା ୨୯.୦୭. ୨୦୧୯ ରିଖରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, କନିଷ୍ଠ ଶିକ୍ଷକ ମାନଙ୍କର ବାର୍ଷିକ କାର୍ଯ୍ୟପନ୍ଥା ଓ ବଜେଟ ସମ୍ପୂର୍ଣ ଭାବେ ସମ୍ପୃକ୍ତ ରାଜ୍ୟ ଉପରେ ନିର୍ଭର କରେ । ଏହାର ଅର୍ଥ ସ୍ଵରୂପ ଓଡ଼ିଶାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଚୁକ୍ତିଭିଭିକ ଉଚ୍ଛେଦ ମାନ୍ୟବର ରାଜ୍ୟ ସରକାର କରିପାରିବେ ଏବଂ ଏହା ସମଗ୍ର ଶିକ୍ଷାରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ଶିକ୍ଷକ ନିଯୁକ୍ତି ନିୟମ ଓ ଶିକ୍ଷକମାନଙ୍କ ଦରମା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଇତିମଧ୍ୟରେ ସଂଘ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ।ଗତ ବିଧାନସଭାରେ ତା ୨୯.୦୩.୨୦୨୩ରିଖରେ ୟୁଡି ୩୭୧୮ ନମ୍ବର ମାନ୍ୟବର ବିଧାୟକ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖି ସମଗ୍ର ଶିକ୍ଷା ଯୋଜନା ଅଧୀନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଦ୍ବାରା ଆର୍ଥିକ ପାରିଶ୍ରମିକ ପାଇଥାନ୍ତି । ପ୍ରାଥମିକ ସ୍ତରରେ ୨୦୧୮ ମସିହାରେ ନିୟୋଜିତ ଚୁକ୍ତିଭିଭିକ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ମାତ୍ର ଇତି ମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସରେ ପହଞ୍ଚି ନାହାଁନ୍ତି । ପୂର୍ବରୁ ରାଜ୍ୟ ସରକାର ୨୦୦୭ ମସିହାରେ ୯ବର୍ଷ ଚୁକ୍ତିଭିଭିକ ଅବଧୂକୁ ୩ ବର୍ଷ କମାଇ ୨୦୦୮ ମସିହାରେ ୬ ବର୍ଷରେ ନିୟମିତ କରିଛନ୍ତି । କିନ୍ତୁ ବର୍ତ୍ତମାନ କାହିଁକି ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି । ରାଜ୍ୟ ସରକାର ଓଆରଭି ନିୟମ ପାଳନ, ଚୟନମୂଳକ ପରୀକ୍ଷା ଦେଇ ଡିଏଲ୍‌ଇଡି, ବିଏଡ଼ ଏବଂ ଓଟିଇଟି ବାଧ୍ୟତାମୂଳକ ଭାବେ ନିଯୁକ୍ତି ପାଇ ୨୦୧୮ ମସିହାରୁ କାର୍ଯ୍ୟ କରି ୪ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ କରିସାରିଲେଣି । ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାକୁ ୬ ମାସ ବିତିଯାଇଥିଲେ ମଧ୍ୟ ଦାବି ଦୁଇଟି ପୂରଣ ହୋଇପାରି ନାହିଁ । କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିଭିକ ଉଚ୍ଛେଦ କରିବା ଏବଂ ଚୁକ୍ତିଭିଭିକ ଅବଧୂ କାର୍ଯ୍ୟକୁ ମୂଳ ଚାକିରି ରେ ଯୋଗ କରିବା ଆଦି ଦୁଇଦଫା ଦାବି ନେଇ ସଂଘ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରିନାହାଁନ୍ତି । ତେଣୁ ବାଧ୍ୟ ହୋଇ ରାଜ୍ୟର ହଜାର ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ସଂଘର ସଭାପତି ଅକ୍ଷୟ କୁମାର ପାଢୀ କହିଛନ୍ତି । ଯଦି ଦୁଇଦଫା ଦାବିକୁ ଆଗାମୀ ଦିନରେ ପୂରଣ କରାନଯାଏ, ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ଉପଦେଷ୍ଟା ଶ୍ରୀକାନ୍ତ ବାରିକ, ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ, ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here