ଓଡିଶା ଭାଷା ଆନ୍ଦୋଳନ ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖରେ ଟ୍ରେନ ଦୁର୍ଘଟଣା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

0
178

ବ୍ରହ୍ମପୁର,୦୮/୦୬/୨୦୨୩:ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓଡ଼ିଶା ଭାଷା ଆନ୍ଦୋଳନ ପକ୍ଷରୁ ବାଲେଶ୍ୱର ଜିଲାର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ଶତାଧିକ ମୃତକଙ୍କ ପ୍ରତି ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଏକ ଶୋକସଭା ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଠାରେ ଦୀପଜାଳି ସ୍ବର୍ଗତ ଆତ୍ମାର ସଦଗତି ପ୍ରାର୍ଥନା ସମେତ ଗୁରୁତର ଯାତ୍ରୀ ଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ଏଥିରେ ସହଯୋଗ କରିଥିଲେ ।ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଶାନ୍ତ କୁମାର ଶତପଥୀ, ବୃନ୍ଦାବନ ଖଟେଇ, ଅଶୋକ ଦଳାଇ, ସମୀର କୁମାର ଆଚାର୍ଯ୍ୟ, ଶିବ ପ୍ରସନ୍ନ ମିଶ୍ର, , ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ସନ୍ତୋଷ କୁମାର ମହାନ୍ତି, ପଙ୍କଜ କୁମାର ନାୟକ, ବିଜୟ କୁମାର ବିଷୋୟୀ, ବିଜୟ ଚନ୍ଦ୍ର ଚୌଧୁରୀ, ରାମେଶ୍ୱର ଶତପଥୀ, କାମରାଜୁ ମହାରଣା, ପ୍ରଭାତ କୁମାର ମିଶ୍ର, ଡ଼. ଭଗବାନ ଗନ୍ତାୟତ, ସଞ୍ଜୟ କୁମାର ମାଝି, ନିରଞ୍ଜନ ସାହୁ, ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା, ମୁଖ୍ୟ ଟିକଟ ନିରୀକ୍ଷକ ବସନ୍ତ କୁମାର ଶତପଥୀ, ବୃନ୍ଦାବନ ବେହେରା, ଶଙ୍କର୍ଷଣ ଭଞ୍ଜ, ବିଶ୍ୱନାଥ ସାହୁ, ଇନ୍ଦିରା ପ୍ରିୟଦର୍ଶନୀ ସୁବୁଦ୍ଧି, ଡ଼ି. ସୁନୀତାରାଣୀ, ଏ. ସୁଜାତା, ପୁଷ୍ପ ଧଳ, ଆରପିଏଫ, ଅଟୋରିକ୍ସା ଚାଳକ ସଂଘ, ସହରର ବୁଦ୍ଧିଜୀବୀ ପ୍ରମୁଖ ଯୋଗଦାନ କରିଥିଲେ। ସ୍ବତନ୍ତ୍ର ଭାବେ ରେଳ ଷ୍ଟେସନର ଇଞ୍ଜିନିୟର ଷ୍ଟାଫ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here