ଆକାଶବାଣୀର କିମ୍ବଦନ୍ତୀ ବ୍ୟକ୍ତିତ୍ବ ମଧୁସୂଦନ ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ଆରମ୍ଭ

0
179

ବ୍ରହ୍ମପୁର,୦୯/୦୬/୨୦୨୩: ଆକାଶବାଣୀର କିମ୍ବଦନ୍ତୀ ବ୍ୟକ୍ତିତ୍ଵ ତଥା ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ମଧୁସୂଦନ ପାଣିଗ୍ରାହୀଙ୍କର ଜନ୍ମ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଭାବାନଗର ଠାରେଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା ।ମଧୁସୂଦନ ପାଣିଗ୍ରାହୀଙ୍କ ଜନ୍ମଦିବସ ଆଜି ୦୯ ତାରିଖ ଠାରୁ ୨୦୨୪ ଜୁନ୍ ୯ ପର୍ଯ୍ୟନ୍ତ ଏକ ବର୍ଷ ବ୍ୟାପୀ
ପାଳିତ ହେବାକୁ ଥିବା ଜନ୍ମ ଶତବାର୍ଷିକୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ଏହି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଥିଲା । ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ବଙ୍କର ସଂସ୍କୃତି, ଗଣମାଧ୍ୟମ ତଥା ସମାଜସେବାରେ ଥିବା ଆଗ୍ରହ ଓ ରୁଚିକୁ ନେଇ ପ୍ରସ୍ତୁତ ହେଉଥିବା ପ୍ରସ୍ତାବିତ ଯୋଜନାମାନ ହେଲା – ପ୍ରତିବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସ୍ନାତକ ର ଓ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପରୀକ୍ଷାରେ ଉ ର୍ୟ ହେଉଥିବା ସର୍ବଶ୍ରେଷ୍ଠ ଛାତ୍ର ଓ ଛାତ୍ରୀଙ୍କୁ ଅର୍ଥରାଶି ବା ସର୍ଣ୍ଣପଦକ ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟକ ସହିତ ଯୋଗାଯୋଗ କରିବା, ତାଙ୍କ ଦ୍ବାରା ଲିଖ୍ତ ‘ଠିକ୍ ଦୁନିଆ – ଜୀବନର ଚଲାପଥେ ମୋର ସବୁ ନିଜ କଥା’ ପୁସ୍ତକର ଏକ ଜାତୀୟସ୍ତରୀୟ ଲୋକାର୍ପଣ ଉତ୍ସବ ପାଳନ, ତାଙ୍କ ନିଜ ଜନ୍ମମାଟି ଘୁମୁସର ଅଂଚଳରେ ପୂଣ୍ୟ ତିଥୁ ଉତ୍ସବ ପାଳନ ତଥା ମେଧାବୀ ଛାତ୍ର ଛାତ୍ରୀଙ୍କୁ ଅର୍ଥରାଶି ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଏବଂ ତାଙ୍କ ଦ୍ବାରା ସୃଷ୍ଟ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ଜନପ୍ରିୟ ଜାତୀୟସ୍ତରୀୟ ସାଂସ୍କୃତିକ ମହୋତ୍ସବ “ କୁଆଁର ପୂନେଇଁ ଜହ୍ନଲୋ’ କାର୍ଯ୍ୟକ୍ରମରେ ଯୁବ ପ୍ରତିଭା ସମ୍ମାନ ପ୍ରଦାନ ଅବସରରେ ଅର୍ଥରାଶି ପ୍ରଦାନ କରାଯିବା ।ଏତଦ୍‌ବ୍ୟତୀତ ଏହି କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମାନ ପରବ । ସମୟରେ ବର୍ଷବ୍ୟାପୀ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ଉପଦେଷ୍ଟା ତଥା ଖ୍ୟାତାନାମା ମଂଚ ଉପସ୍ଥାପକ ହୃଷୀକେଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଶ୍ରୀ ପାଣିଗ୍ରାହୀ ଙ୍କ ଜ୍ୟେଷ୍ଠପୁତ୍ର ତଥା ବିଶିଷ୍ଟ ଭେଷଜ ବିଜ୍ଞାନୀ ଡାକ୍ତର ମିହିରକାନ୍ତ ପାଣିଗ୍ରାହୀ, ଖ୍ୟାତନାମା ମଂଚ ଉପସ୍ଥାପିକା ସୁଦୀପ୍ତା ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ, ଟ୍ରଷ୍ଟି ତ୍ରିପତି ବାଲାଜୀ ପାତ୍ର, ସାଂସ୍କୃତିକ ସଂଯୋଜକ ଡ.ମିହିର କୁମାର ତ୍ରିପାଠୀ ଙ୍କ ସମେତ ବରିଷ୍ଠ ସଦସ୍ୟ ଡି. ସୋମେୟା, ଭଗବାନ ମହାରଣା, ଡ.ବିଶ୍ବନାଥ ପାଣିଗ୍ରାହୀ, ଧରିତ୍ରୀ ସାହୁ, ସଂହିତା ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ସାହୁ, ନଳିନୀକାନ୍ତ ଗୌଡ଼, ଭବାନୀଶଙ୍କର ମହାପାତ୍ର, ସୋନାଲି ପଣ୍ଡା, କୃପାସିନ୍ଧୁ ସାହୁ, ଗୋପାଳ ଚୌଧୁରୀ, ଜିତୁନ୍ କୁମାର ସାହୁ, ବସନ୍ତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ନିକଟ ରେ ବାହାନଗା, ବାଲେଶ୍ବର ଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତ ଶହ ଶହ ଜନ ଜୀବନକୁ ସମ୍ମାନ ଜଣାଇ ଶତବାର୍ଷିକୀ ଉଦଘାଟନୀ ଉତ୍ସବକୁ ଘୁଞ୍ଚି ପରେ କରାଯିବ ବୋଲି ବୈଠକରେ ସ୍ଥିର କରାଯିବା
ସାଙ୍ଗକୁ ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏତଦ୍‌ବ୍ୟତୀତ ଆହତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ରେଳ ଯାତ୍ରୀଙ୍କ ପାଇଁ ମହମୃତ୍ୟୁଞ୍ଜୟ ମନ୍ତ୍ରପାଠ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here