ବୈଦେହୀଶ ବିଳାସ ମହାକାବ୍ୟ ପ୍ରବନ୍ଧାବଳୀ ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ଉନ୍ମୋଚିତ

0
191

ବୁଗୁଡା, ୧୦/୦୬/୨୦୨୩: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜସ୍କୃତି ସାହିତ୍ୟ ସଂସଦ, ଖୋଳଖାଳି ଆନୁକୁଲ୍ୟରେ ପ୍ରକାଶିତ ଭଞ୍ଜମାଟି ପତ୍ରିକାର ବୈଦେହୀଶ ବିଳାସ ଓ ସୁକୁମାର କାବ୍ୟ ଲାବଣ୍ୟବତୀ ବିଶେଷାଙ୍କ କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀଲାଲ ରାଜଭବନ ଠାରେ ଉନ୍ମୋଚନ କରିଛନ୍ତି । ଉନ୍ମୋଚନ ବେଳେ ଭଞ୍ଜମାଟିର ସମ୍ପାଦକ ତଥା ଭଞ୍ଜଗବେଷକ କାମରାଜୁ ସାହାଣୀ, ସଂସଦର ସଭାପତି କବି ଅନନ୍ତ କର ଓ ଉପସଭାପତି ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ଉପସ୍ଥିତ ଥିଲେ। ମହାମହିମ ରାଜ୍ୟପାଳ ଏଭଳି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here