ବେଲଗୁଣ୍ଠାରେ ନୂତନ ବିଡ଼ିଓ ଏବଂ ଏଇଇଙ୍କ ଯୋଗଦାନ

0
106

ବେଲଗୁଣ୍ଠା,୦୫/୧୦/୨୦୨୩: ବେଲଗୁଣ୍ଠା ବ୍ଳକର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୂପେ ଆଜି ସୁଶ୍ରୀ ଭାରତୀ ଦେବୀ କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏହା ପୂର୍ବରୁ ସେ ରାୟଗଡ଼ା ଜିଲ୍ଳା ଗୁଡାରୀ ତହସିଲଦାର ରୂପେ କାର୍ଯ୍ୟରତ ଥିଲେ I ତାଙ୍କର ବଦଳି ବେଲଗୁଣ୍ଠାକୁ ହେବା ପରେ ସେ ଆଜି ବେଳଗୁଣ୍ଠା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏଠାରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ନୟାଗଡ଼ ଜିଲ୍ଳା ଦଶପଲ୍ଲାକୁ ତହସିଲଦାର ରୂପେ ବଦଳି ହୋଇଛି I

ସେହିପରି ଏଠାରେ ରବୀନ୍ଦ୍ର ନାଥ ପଣ୍ଡା ସହକାରୀ ନିର୍ବାହି ଯନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ନୂତନ ସହକାରୀ ନିର୍ବାହି ଯନ୍ତ୍ରୀ ରୂପେ ନବୀନ ଭୂୟାଁ ଦାୟିତ୍ୱ ଗ୍ରହଣ କରିଛନ୍ତି I ନବୀନ ଭୂୟାଁ ପୂର୍ବରୁ ରଙ୍ଗେଇଲୁଣ୍ଡା ବ୍ଲକରେ ସହକାରୀ ନିର୍ବାହି ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ I ଆଜି କାର୍ଯ୍ୟରେ ଯୋଗ ଦେଇଥିବା ଉଭୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି I ଆଗାମୀ ଦିନରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଜନପ୍ରତିନିଧି,ବୁଦ୍ଧିଜୀବି ଏବଂ ବ୍ଳକ୍ କର୍ମଚାରୀଙ୍କୁ ସାଥିରେ ନେଇ ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here