ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ୩ ଜଣ ଗିରଫ

0
89

ପୋଲସରା, ୦୫/୦୩/୨୦୨୫: ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ରେ ପୋଲସରା ପୁଲିସ ୩ ଜଣଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମର ମିକୁ ପ୍ରଧାନ, ଚିକୁ ପ୍ରଧାନ ଓ ପୋଲସରା ନିଗମ ନଗର ର ରାକେଶ ପ୍ରଧାନ ଓରଫ ଗୁଡ୍ଡୁ। ସୂଚନା ଯୋଗ୍ୟ ଯେ ଏକ ଭୋଜିରେ ବାବୁ ପ୍ରଧାନ ସହ ମିକୁ,ଚିକୁ ଓ ଗୁଡ୍ଡୁ ତିନି ଜଣଙ୍କ ପାଟିତୁଣ୍ଡ ହୋଇଥିଲା। ପରେ ଘଟଣା ଶାନ୍ତ ପଡିଥିଲେ ମଧ୍ୟ ବାବୁ ପ୍ରଧାନକୁ ପୁଣି ବସଷ୍ଟାଣ୍ଡ ନିକଟରେ ସମ୍ପୃକ୍ତ ୩ ଯୁବକ ପୁଣି ମିଳିତ ଭାବେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରୁ କିଛି ଯୁବକଙ୍କ ସହଯୋଗରେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାବୁଙ୍କୁ ଅଣାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେତୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେଠାରର ଆଇସିୟୁରେ ଚିକିତ୍ସା ଜାରିରହିଛି। ସମ୍ପୃକ୍ତ ଘଟଣା କ୍ରମକୁ ନେଇ ଆହତ ବାବୁ ପ୍ରଧାନଙ୍କ ସ୍ତ୍ରୀ ପୂଜାରାଣୀ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୧୫୩/୨୫ ରେ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ମିଟୁ ପ୍ରଧାନ, ଚିକୁ ପ୍ରଧାନ ଓ ରାକେଶ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here