ପିପୁଲସ କଲେଜ ଛାତ୍ରୀ ରୂପାଲୀ ପାତ୍ର ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ +୩ ରାଜନୀତି ବିଜ୍ଞାନରେ ୩ୟ ସ୍ଥାନ

0
2

ବୁଗୁଡ଼ା, ୧୫/୦୫/୨୬ : ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ବାର୍ଷିକ ପରୀକ୍ଷା ଫଳ। ବୁଗୁଡା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ରୂପାଲୀ ପାତ୍ର ମୋଟ ୧୪୦୦ ମାର୍କ ରୁ ୧୧୬୮ମାର୍କ ରଖି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେରେ ଯୁଗ୍ମ ୩ୟ ସ୍ଥାନ ଅଧିକାର କରିଛନ୍ତି। ରୁପାଲୀ ପାତ୍ର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କାନସୁକା ଗ୍ରାମର ବାବୁଲା ପାତ୍ର ଓ ରୀନା ପାତ୍ରଙ୍କ ସୁକନ୍ୟା ତଥା ବୁଗୁଡା ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଜଣେ ଆଦର୍ଶ ଛାତ୍ରୀ। ରୁପାଲୀ ଆଗକୁ ଦିଲ୍ଲୀର ଜବାହାର ଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସହ ୟୁପିଏସସି ପରୀକ୍ଷା ଦେଇ ପ୍ରଶାଶିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ରୁପାଲୀ ତାଙ୍କ ସଫଳତାର ଶ୍ରେୟ କଲେଜର ରାଜନୀତି ବିଜ୍ଞାନ ବିଭାଗ ର ଶିକ୍ଷାଦାନ ବ୍ୟବସ୍ଥା, ଅଧକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ର, ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ବିଭଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ, ପୂର୍ବତନ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର, ନିଜର ପିତା ଓ ମାତା ଏବଂ ନିଜର ସହପାଠୀ ମାନଙ୍କୁ ଦେଇଛନ୍ତି। ସୂଚନା ଯୋଗ୍ୟ ପିପୁଲସ କଲେଜ ର ରାଜନୀତି ବିଜ୍ଞାନ ବିଭାଗ ୨୦୨୨, ୨୦୨୩, ୨୦୨୪, ୨୦୨୫, ୨୦୨୬ ଲଗାତର ୫ ବର୍ଷ ଧରି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର +୩ ଶେଷ ବର୍ଷ ପରୀକ୍ଷରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଆସୁଅଛି। ଯାହା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଛି।

LEAVE A REPLY

Please enter your comment!
Please enter your name here