Home ବ୍ରହ୍ମପୁର ସ୍ପେଶାଳ ବିକାଶର ଧାରା, ଓଡ଼ିଶା ସାରା : ସୁଭଦ୍ରା ଶକ୍ତି ସମାବେଶରେ ଗୋପାଳପୁର ନିର୍ବାଚନମଣ୍ଡଳୀର ୪୪ ଶକ୍ତିକେନ୍ଦ୍ରରେ...

ବିକାଶର ଧାରା, ଓଡ଼ିଶା ସାରା : ସୁଭଦ୍ରା ଶକ୍ତି ସମାବେଶରେ ଗୋପାଳପୁର ନିର୍ବାଚନମଣ୍ଡଳୀର ୪୪ ଶକ୍ତିକେନ୍ଦ୍ରରେ ମହିଳାଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

0
3

ବ୍ରହ୍ମପୁର, ୦୩/୦୭/୨୦୨୬:
ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ସୁଭଦ୍ରା ଶକ୍ତି ସମାବେଶ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ୪୪ଟି ଶକ୍ତିକେନ୍ଦ୍ରରେ  ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ଗୋପାଳପୁର ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ତଥା ଗୋପାଳପୁର  ବିଧାୟକ  ବିଭୂତି ଭୂଷଣ ଜେନା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଓ ଜନକଲ୍ୟାଣ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ  ବିଭୂତି ଭୂଷଣ ଜେନା କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ସରକାର ବିକାଶ, ସୁଶାସନ ଓ ଲୋକକଲ୍ୟାଣକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଛନ୍ତି। ବିଶେଷକରି ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ସ୍ୱୟଂ ସହାୟକ ଗୋଷ୍ଠୀର ସଶକ୍ତିକରଣ ଏବଂ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଜୀବନମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି।ଗୋପାଳପୁର ନିର୍ବାଚନମଣ୍ଡଳୀର ସମସ୍ତ ୪୪ଟି ଶକ୍ତିକେନ୍ଦ୍ରରେ ବହୁ ସଂଖ୍ୟକ  ସଦସ୍ୟା, ସୁଭଦ୍ରା ହିତାଧିକାରୀ, ଜନପ୍ରତିନିଧି ଓ ସ୍ଥାନୀୟ କର୍ମୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ ସଫଳତା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଶେଷରେ ମହିଳାମାନେ “ବିକଶିତ ଓଡ଼ିଶା” ଗଠନରେ ସକ୍ରିୟ ସହଭାଗୀ ହୋଇ ରାଜ୍ୟର ସାମଗ୍ରିକ ବିକାଶ ଧାରାକୁ ଆହୁରି ଆଗେଇ ନେବାକୁ ସଂକଳ୍ପବଦ୍ଧ ହୋଇଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!