ବୁଗୁଡା, ୦୬/୦୧/୨୦୨୨: ବୁଗୁଡା ବ୍ଲକ ଅନ୍ତର୍ଗତ ନଗୁଡୁ ନଟବର ନୋଡାଲ ଉଚ୍ଚ ବିଦ୍ୟାଳୟର ଏକ ଗୃହକୁ ଗତ ଜାନୁଆରୀ ୩ ତାରିଖ ରେ ଉଦଘାଟିତ ହୋଇଥିବା ବେଳେ ଜାନୁଆରୀ ୬ ତାରିଖ ଦିନ ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଗଡ ଗ୍ରାମର ଗୋଷ୍ଠୀ କେନ୍ଦ୍ର ଗୃହ ଉଦଘାଟନ ହୋଇଥିଲା। ଭୋଗଡ଼ାରେ ଏହି ଉଦଘାଟନ କାର୍ଯ୍ୟକ୍ରମ ଦିବା ୧୨ ଘଣ୍ଟା ସମୟରେ ହୋଇଥିବା ବେଳେ ସେହି ଉଦଘାଟନୀ କାର୍ଯ୍ୟକ୍ରମରେ ନଗୁଡୁ ହାଇସ୍କୁଲ କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ବାଇଁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଜଣେ ଶିକ୍ଷକ ସ୍କୁଲ ସମୟ ମଧ୍ୟରେ ଏକ ଉଦଘାଟନୀ କାର୍ଯ୍ୟରେ ଯୋଗଦେବା କାର୍ଯ୍ୟରେ ଅବହେଳା କରିବାର ଦୃଷ୍ଟାନ୍ତ ନୁହେଁ କି ? ସେହିପରି ନଗୁଡୁ ସ୍କୁଲ ଗୃହ ଉଦଘାଟନ ଫଳକରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନଙ୍କ ନାମ ନଥିବା ବେଳେ କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ବାଇଁଙ୍କ ନାମ ଥିବାନେଇ ଜନସାଧାରଣ ନିନ୍ଦା କରିଛନ୍ତି। ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗଞ୍ଜାମ ଜିଲ୍ଳାପାଳ ମହୋଦୟ ଏହି ବିଷୟରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।
ରିପୋର୍ଟ:ଅନିଲ କୁମାର ମହାରଣା