କାର୍ଗିଲ୍‌ ବିଜୟ ଦିବସରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

0
424

ଆଜି କାରଗିଲ ବିଜୟ ଦିବସ । ଦେଶବ୍ୟାପୀ କାରଗିଲ ବିଜୟର ବିଂଶତମ ବର୍ଷପୂର୍ତ୍ତି ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କାରଗିଲ ବିଜୟ ଦିବସ ବାର୍ତ୍ତା ଦେଇଛନ୍ତି । କାରଗିଲ ବିଜୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ତ୍ତା ଦେଇ କହିଛନ୍ତି, 1999 କାରଗିଲ ବିଜୟ ଆମ ବୀର ଯବାନଙ୍କୁ ସ୍ମରଣ କରିବାର ଦିବସ । ଦେଶର ସୁରକ୍ଷା କରିଥିବା ବୀର ଯୋଦ୍ଧାଙ୍କ ଧୈର୍ଯ୍ୟକୁ ଆମେ ସମ୍ମାନ କରିବା ଆବଶ୍ୟକ । କାରଗିଲରେ ଶହୀଦ ଯବାନଙ୍କ ପ୍ରତି ଆମେ ସର୍ବଦା ଋଣୀ ରହିବା ବୋଲି କୋବିନ୍ଦ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଯବାନ ମାନଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଭାରତ ମାତାର ସମସ୍ତ ବୀରପୁତ୍ରଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । କାର୍ଗିଲ୍‌ ବିଜୟ ଦିବସ ଦେଶର ବୀର ଯବାନଙ୍କ ସାହସ, ସମର୍ପଣ ଓ ବୀରତ୍ଵର ଗାଥା ଆମକୁ ମନେ ପକାଇ ଥାଏ ବୋଲି ମୋଦି ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here