କେନାଲରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି

0
300

ଦିଗପହଣ୍ଡି, ୬/୯/୧୯, ଦିଗପହଣ୍ଡି ଥାନା କଇଠଡା ପଞ୍ଚାୟତ ଅନ୍ତର୍ଗତ ଗୁହାଳପୁର ଗ୍ରାମ ଦେଇ ଯାଇଥିବା କଣ୍ଟେଇଝୁଳଗ କେନାଲରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୂତ ବୃଦ୍ଧା ଜଣକ ହେଲେ ଗୁହାଳପୁର ଗ୍ରାମର (ଜାଡି ପ୍ରଧାନ) ବୟସ 65 ବୋଲି ଜଣାପଡିଛି। ଖବରଅନୁଯାୟୀ, ବୃଦ୍ଧା ଜଣକ ଶୁକ୍ରବାର ଦିନ ସକାଳେ ନିଜ ବିଲକୁ ଯାଇ କାମସାରି ଘରକୁ ଫେରୁଥିବା ବେଳେ ଗାଧୋଇବା ପାଇଁ ନିକଟସ୍ଥ କେନାଲକୁ ଯାଇଥିଲେ। ବୁଧବାର ଦିନସାରା ପ୍ରବଳ ବର୍ଷା ହେବା ଫଳରେ କେନାଲରେ ପାଣି ସୁଅ କାଟୁଥିଲା। ବୃଦ୍ଧା ଜଣକ ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସି କେନାଲର ପ୍ରଖର ପାଣିସ୍ରୋତରେ ଭାସିଯାଇ ଗ୍ରାମଠାରୁ ଗୋଟିଏ କିମି ଦୂରରେ ଥିବା ଏକ ଶଙ୍ଖ ନିକଟରେ ଲାଗିଥିଲା। ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଲୋକେ ଏହାଦେଖି ଦିଗପହଣ୍ଡି ଦମକଳବାହିନୀକୁ ଖବର ଦେଇଥିଲେ। ଖବରପାଇ ଦମକଳବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଜଣକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ।

ରିପୋର୍ଟରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here