ଦିଗପହଣ୍ଡି ରେ ପୁଣି ଏଟିଏମ କାର୍ଡ ଅଦଳ ବଦଳ କରି ଲୁଟିନେଲେ ଦୁର୍ବୁତ୍ତ

0
168

 

ଦିଗପହଣ୍ଡି , ୨୩/୯- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସ୍ ଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଥିବା ଆନ୍ଧ୍ରବ୍ଯାଙ୍କ ଏଟିଏମ କାଉଣ୍ଟର ଭିତରୁ ଜଣେ ବରିଷ୍ଠ ନାଗରିକ ଭୂବନେଶ୍ବର ପାଢୀଙ୍କ ସରଳତାର ସୁଯୋଗ ନେଇ ଜଣେ ଦୁର୍ବୁତ୍ତ ତାଙ୍କ ଏଟିଏମ କାର୍ଡ ବଦଳାଇ ୧ଲକ୍ଷ ୨୮ହଜାର ଟଙ୍କା ନିକଟସ୍ଥ ଭାରତୀୟଷ୍ଟେଟବ୍ୟାଙ୍କ୍ ଆକାଉଣ୍ଟ୍ ନଂ ରୁ ଉଠାଇନେଇଥିବା ଅଭିଯୋଗ ହୋଇଛି। ଭୂବନେଶ୍ବର ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ମାମଲା ନଂ ୧୮୯/୧୯ ଦଫା ୪୨୦/୩୭୯ ଅନୁଯାୟୀ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚାଲିଇଛି। ଭୂବନେଶ୍ବର ତାଙ୍କ ଏତାଲାରେ ଦର୍ଶାଇଥିବା ସୂଚନା ଅନୁସାରେ ସେ ଗତ ୯ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଯାଇଥିଲେ । ବହୁ ଚେଷ୍ଟା ସତ୍ତ୍ବେ ଟଙ୍କା ଉଠି ନଥିଲା । ଏଥିରେ ସହଯୋଗ କରିବା ବାହାନାରେ ଅନ୍ୟ ଜଣେଯୁବକ ତାଙ୍କ ଏଟିଏମ୍ କାର୍ଡ ମାଗି ଟଙ୍କା ଉଠାଣ ପାଇଁ ଚେଷ୍ଟା କରିଥିଲେ। ପରେ ଅନ୍ୟ ଏକ ଏଟିଏମ୍ କାର୍ଡ ତାଙ୍କୁଧରାଇଦେଇ ସେ ଦୁର୍ବୁତ୍ତ ଜଣକ ସେଠାରୁ ଚମ୍ପଟ ମାରିଥିଲେ। ସେ କାର୍ଡ ବଦଳାଇ ଦିଆଯାଇଥିବା ଜାଣି ପାରିନଥିଲେ ଭୂବନେଶ୍ବର ।ଘଟଣାର ପରଦିନ ସକାଳେ ୨୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କଖାତାରୁ ଉଠାଣ ହୋଇଥିବା ମୋବାଇଲ ନଂ କୁ ଏକ ମେସେଜ ଆସିଥିଲା ସେ ସେହି ମେସଜ ଦେଖିକରି ତୁରନ୍ତ ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ଶାଖାରେ ପହଞ୍ଚି ଶାଖା ପରିଚାଳକଙ୍କୁ ଏହି ବିଷୟରେ ଜଣାଇଥିଲେ। ପରେ ସେହିଦିନ ତାଙ୍କ ଜମା ଖାତାରୁ ଜରଡା ଗ୍ରାମ ସ୍ଥିତ ଜଣେ ବ୍ୟକ୍ତିଙ୍କ ବ୍ଯାଙ୍କ ଆକାଉଣ୍ଟ ନଂ କୁ ୮୦ ହଜାର ଟଙ୍କା ମିନି ଟ୍ରାନ୍ସଫର କରାଯିବା ସହ ୮ ହଜାର ଏଟିଏମ କାର୍ଡ ରୁ ଉଠାଣ କରାଯାଇଥିବା ସେ ପୋଲିସକୁ ଦେଇଥିବା ଏତଲାରେ ଉଲ୍ଲେଖ କରିଥିବା କହିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା କୁହାଯାଇଛି। ବରିଷ୍ଠ ନାଗରିକ ମାନଙ୍କୁ ଲୁଟେରା ମାନେ ବାରମ୍ବାର ଟାର୍ଗେଟ କରୁଥିବାରୁ ସେମାନଙ୍କୁ ସୁରକ୍ଷା ପାଇଁ ଘର ବାହାରେ ରହୁଥିବା ପରିବାର ଲୋକେ ଚିନ୍ତିତ ହୋଇ ପଡିଛନ୍ତି।

ରିପୋର୍ଟ :ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here