ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପଦ୍ମନାଭପୁରରେ ଅହିଂସା ରଥ ଗାଡ଼ିକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ

0
206

 

ଦିଗପହଣ୍ଡି , ୨୩/୯ -ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଠାରେ ଅପରାହ୍ନରେ ଅହିଂସା ରଥ ଗାଡି ଆସି ପହଞ୍ଚିବା ପରେ ଗ୍ରାମବସୀ ମାନଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ପଦ୍ମନାଭପୁର ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ବରେ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ରହି ରଥକୁ ସମ୍ବର୍ଦ୍ଧିତ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ଅହିଂସା ନୀତିକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଉ ବୋଲି ଲୋକମାନଙ୍କୁ ସଚେତନତା କରାଇଥିଲେ। ଏହିପରି ଭାବେ ଦିଗପହଣ୍ଡି ବ୍ଲକର ଗୋକର୍ଣ୍ଣପୁର, ବମକୋଇ ଭଳି ବିଭିନ୍ନ ସ୍ଥାନରେ ଏଭଳି ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ, ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ, ୨୭ ନମ୍ବର ଜୋନ ଜିଲ୍ଲାପରିଷଦ ରାଜେନ୍ଦ୍ର ଦୋରା, ଦିବାକର ଜେନା, ଜି. ନାରାୟଣ, ଏ. ତାରିଣୀ, ରମେଶ ପାତ୍ର, ସୁରେନ୍ଦ୍ର ରେଡ୍ଡୀ, ଦେବରାଜ ପାତ୍ର, ୟୁ. ରଙ୍ଗାରାଓ ପ୍ରମୁଖ ସହ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ।

ରିପୋର୍ଟ ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here