ପିଆଜ କାଟିଲେ ନୁହେଁ କିଣିଲେ ଜରୁରି ଲୁହ, ଗଜପତି ଜିଲ୍ଲାରେ ପିଆଜ ଦର ହୁ ହୁ

0
225

ପାରଳାଖେମୁଣ୍ଡି ୨୫/୯– ଗଜପତି ଜିଲ୍ଲାରେ ପିଆଜ ଦର ଆକାଶଛୁଆଁ ହୋଇଛି। ଯାହାଦ୍ୱାରା ଚିନ୍ତାରେ ଖାଉଟି। ସଦରମହକୁମା ପାରଳାଖେମୁଣ୍ଡିରେ ପିଆଜ କିଲୋ ୫୦ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହା ୬୦ରୁ ୭୦ ଟଙ୍କାରୁ ଉର୍ଦ୍ଧ୍ଵରେ ବିକ୍ରି ହେଉଛି। ମାତ୍ର ତିନି ଚାରି ଦିନ ତଳେ ପିଆଜ କିଲୋ ପ୍ରତି ୩୫ ଟଙ୍କା ହୋଇଥିବା ବେଳେ ହଠାତ ଦର ଦର ବୃଦ୍ଧି ପାଇଁ ୫୦ ଟଙ୍କା ହୋଇଯାଇଛି। ସବୁ ଗୋଦାମ୍ ରେ ପିଆଜ ବସ୍ତା ବସ୍ତା ଥାକ ମାରି ରଖାଯାଇଛି କିନ୍ତୁ ଦାମ ବୃଦ୍ଧି ପାଇଛି। ଲୋକେ ବଜାରକୁ ଯାଉଛନ୍ତି କିଣିବାକୁ କିନ୍ତୁ ଦାମ ଶୁଣି ପଛଘୁଞ୍ଚା ଦେଉଛନ୍ତି। ଦର ବୃଦ୍ଧି ଯୋଗୁଁ କମ ପିଆଜରେ କାମ ଚଳା ହେଉଛି ବୋଲି ଜଣେ ଗୃହିଣୀ କହିଛନ୍ତି।
ଏପରି ପିଆଜ ଦର ବୃଦ୍ଧିକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯାଇ ନାହିଁ। ପାରଳାଖେମୁଣ୍ଡି ସହରରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯାଇ ନଥିବା ବେଳେ ଗ୍ରାମାଞ୍ଚଳରେ ପଚାରିବ କିଏ?
ଗ୍ରାମାଞ୍ଚଳରେ ମନଇଛା ଦରରେ ପିଆଜ ବିକ୍ରି ହେଉଛି।
ତାମିଲନାଡୁ, ମହାରାଷ୍ଟ୍ରର ଓ କର୍ଣାଟକରେ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇଯାଇଛି। ତେଣୁ ଦର ବୃଦ୍ଧି ହୋଇଥିବା କୁହାଯାଇଛି। ପିଆଜ ଦର ବୃଦ୍ଧି କିଛି ଦିନ ପାଇଁ ଲାଗି ରହିବ ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ତେବେ ଦରଦାମ ବୃଦ୍ଧିରେ ଲଗାମ ଲଗାଇବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ରହିଛି ବୋଲି ବୃଦ୍ଧି ଜୀବି ମହଲରେ କହିଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here