ହିଞ୍ଜିଳିକାଟୁ ୦୧/୧୦:- ଗଞ୍ଜାମ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବ୍ଳକରେ ହେଉଥିବା ବେଳେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ସଭା କକ୍ଷରେ ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଡି ବିଶ୍ୱନାଥ ,ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ମଞ୍ଚାସିନ ଥିଲେ । ବରିଷ୍ଟ ନାଗରିକ ଦିବସ ଅବସର ରେ ବରିଷ୍ଟ ନାଗରିକଙ୍କ ଆର୍ଥିକ, ସ୍ବାସ୍ଥ୍ୟ, ଅନ୍ୟାନ୍ୟ ସୁରକ୍ଷା ବିଷୟ ରେ ଉପସ୍ଥିତି ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ଆଜିର ଏହି ଦିବସ ଅବସର ରେ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ବରିଷ୍ଟ ନାଗରିକଙ୍କ ପାଇଁ ବ୍ଲକ ପରିସରରେ ମାଗଣା ଚକ୍ଷୁ ଶିବିର ଆୟଜନ ହୋଇଥିଲା । ଶଙ୍କର ନେତ୍ରାଳୟରୁ ଆସିଥିବା ଡାକ୍ତର ଓ ବିଶେଷଜ୍ଞ ଦଳ ଏହି ଶିବିରରେ ୧୨୫ଜଣରୁ ଉର୍ଦ୍ଧ୍ବ ବରିଷ୍ଟ ନାଗରିକଙ୍କ ଚକ୍ଷୁ ଚିକତ୍ସା କରାଯାଇଥିଲା । ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କ ଉପସ୍ଥିତ ରେ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟାଙ୍କ ର ସୁବିଧା ନେଇ ମତ ପ୍ରକାଶ କରିଥିଲେ । ବ୍ଳକ ତରଫରୁ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ୧୭୬ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା । ୧୧ଜଣ ବରିଷ୍ଠ କଳାକାର,ସମାଜସେବୀଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।ହିଞିଳିକାଟୁ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ଦିଆଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଏବିଡ଼ିଓ ଧରଣୀଧର ଭୁଆଁ, ଏସିଓ ଭୀମସେନ ବାରିକ,ଏନ କୃଷ୍ଣ ମୂର୍ତ୍ତି ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବହୁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ, ଲଷ୍ମଣ ଗୌଡ଼, ରଘୁନାଥ ବେହେରା, ଲଡୁକିଶୋର ବେହେରା ଏ.ସୁଦର୍ଶନ, ମନୋଜ ସାବତ,ଅଶୋକ ପଣ୍ଡା, ସୁଧାଂଶୁ ସାହୁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବହୁ ବରିଷ୍ଟ ନାଗରିକ, ସମାଜସେବୀ, ରାଜନେତା, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ ।