ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳନ

0
220

 

ଭୂବନେଶ୍ୱର,୦୧/୧୦-ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ୩୫ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି I  ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି I

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ ସୁରକ୍ଷାବଳ ଦ୍ୱାରା ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିବାବେଳେ ପ୍ୟାରେଡ଼ କୁ ନୀରିକ୍ଷଣ କରିଥିଲେ I ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ଏହି ଅବସରରେ ସମ୍ବୋଧନ କରି ଶ୍ରୀ ବିଦ୍ୟାଭୂଷଣ କହିଛନ୍ତି ଯେ ରେଳବାଇ ସୁରକ୍ଷା ବଳ ଯାତ୍ରୀ ମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ବିଶେଷ ଭାବେ ଧ୍ୟାନଦେବା ଦରକାର I ରେଳବାଇ ସମ୍ପତି ଓ ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର ନିଷ୍ଠାପର କର୍ତବ୍ୟକୁ ମହାପ୍ରବନ୍ଧକ ଭୁୟସୀ ପ୍ରଶଂସା କରିଥିଲେ I  ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ସେମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ପ୍ରତି ଶ୍ରୀ ବିଦ୍ୟାଭୂଷଣ ଗୁରୁତ୍ୱାରୋପ କରିଥିଲେ I

ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ମହାନିରୀକ୍ଷକ ଶ୍ରୀ ରାଜା ରାମ ରେଳପଥ ପରିସୀମା ମଧ୍ୟରେ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ I ରେଳଯାତ୍ରୀ ମାନଙ୍କର ବହୁମୂଲ୍ୟ ଜୀବନର ସୁରକ୍ଷା ସହିତ ରେଳବାଇ ସମ୍ପତ୍ତି ର ସୁରକ୍ଷା ଦିଗରେ ରେଳବାଇ ସୁରକ୍ଷା ଵାଲା ସାମ୍ନା କରୁଥିବା ବିଭିନ୍ନ ପ୍ରତିକୂଳ ପ୍ରଭାବ ସତ୍ୱେ ସେମାନେ ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି I

ଏହି ଅବସରରେ ସନ୍ଧାନୀ କୁକୁର ପ୍ରଦର୍ଶନୀ ଆୟୋଜନ କରାଯାଇଥିବାବେଳେ ଦୁଃସାହସିକ ମଟରସାଇକେଲ କ୍ରୀଡା ମଧ୍ୟ ପ୍ରଦର୍ଶିତ କରାଯାଇଥିଲା I  ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I  କର୍ତ୍ତବ୍ୟ ପରାୟଣ, ନିଷ୍ଠାପର ଓ ସାହାସିକତା ପାଇଁ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here