ଅନ୍ତଃରାଜ୍ୟ ରବି ରାଉଳ ବ୍ୟାଡମିଣ୍ଟନ ଟୁଣ୍ଣାମେଣ୍ଟ ଉଦଯାପିତ

0
184

ପାରଳାଖେମୁଣ୍ଡି , ୦୪/୧୧– ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମରେ ଗତ ଚାରି ଦିନ ଧରି ଚାଲିଥିବା ଅନ୍ତଃରାଜ୍ୟ ରବିରାଉଳ ବ୍ୟାଡମିଣ୍ଟନ ଟୁଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।
ଏହି ଟୁଣ୍ଣାମେଣ୍ଟରେ ଓଡିଶା ଆଦ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ୮୦ ଟି ଦଳ ଅଂଶଗ୍ରହଣ କରିଥିଲେ।
ଏହି ବ୍ୟାଡମିଣ୍ଟନ ଟୁଣ୍ଣାମେଣ୍ଟ ଖେଳକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଉଦଘାଟନ କରିଥିବା ବେଳେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉଦଯାପିନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁଣ୍ଣାମେଣ୍ଟ ଖେଳରେ ବିଶାଖାପାଟଣାର ଭେଙ୍କଟେସ ଏବଂ ଚନ୍ଦ୍ରା ବାବୁ ଚାମ୍ପିଆନ ହୋଇ ୧୫ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ ସେହିଭଳି ବିଜୟୱାଡାର ମୁଲି ଓ ଗୋପିନାଥ ଯୋଡି ଦ୍ୱିତୀୟ ସ୍ଥାନ ରଖି ୧୦ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ। ବିଶାଖାପାଟଣାର ଅନ୍ୟ ଏକ ଯୋଡି ଚାରୁତା ଏବଂ ଶୁଶାନ୍ତ ତୃତୀୟ ସ୍ଥାନ ରଖି ୬ ହଜାର ଟଙ୍କା ଏବଂ ଜୟପୁରର ସିଦ୍ଧୁ ଓ କାହ୍ନୁ ଚତୁର୍ଥ ସ୍ଥାନ ରଖି ୪ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ ।
ଏହି ଟୁଣ୍ଣାମେଣ୍ଟରେ ଗଜପତି ଜିଲ୍ଲାର କାର୍ଯ୍ୟରତ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ମଧ୍ୟ ଖେଳାଳି ଭାବେ ଅଂଶଗ୍ରହଣ କରି “ପ୍ଲେୟାର ଅଫ ଦି ଟୁଣ୍ଣାମେଣ୍ଟ” ପୁରସ୍କାର ପାଇଥିଲେ। ଏହି ଟୁଣ୍ଣାମେଣ୍ଟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଏହି ଟୁଣ୍ଣାମେଣ୍ଟ ଖେଳର ଉଦଯାପିନୀ ତଥା ପୁରସ୍କାର ବଣ୍ଟନ ଉତ୍ସବରେ ସମସ୍ତ ବିଜେତା ହୋଇଥିବା ଦଳର ଖେଳାଳି ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here