ବ୍ରହ୍ମପୁର ଡ୍ରେନେଜ ଡିଭିଜନ ର ଦୂର୍ନୀତି ଅଭିଯୋଗ ରେ ବିଜେପି ର ବିକ୍ଷୋଭ ପ୍ରଦର୍ଶନ

0
180

ବ୍ରହ୍ମପୁର, ୦୪/୧୧- ବ୍ରହ୍ମପୁର ଡ୍ରେନେଜ ଡିଭିଜନ ରେ ବ୍ୟପକ ଦୂର୍ନୀତି ଅଭିଯୋଗ ରେ ଆଜି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷ ରୁ ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ଙ୍କ ଜରିଆ ରେ ରାଜ୍ଯ ଗୃହ ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଡ୍ରେନେଜ ଡିଭିଜନ ଅଧିନ ରେ ଥିବା ସାପୁଆ ନାଳ ଓ ବାହାନା ନାଳ ରେ ବର୍ଷା ଦିନରେ ସଠିକ୍ ଡ୍ରେନ୍ ପାଣି ନିଷ୍କାସନ ନ ହୋଇପାରିବା ଯୋଗୁଁ ସାମାନ୍ଯ ବର୍ଷା ରେ ବନ୍ୟା ପରିସ୍ଥିତି ଉପୁଜି ଥିବା ବେଳେ ଡ୍ରେନେଜ ଡିଭିଜନ ଏହାର ରକ୍ଷଣାବେକ୍ଷଣ ପାଇଁ ଆସୁଥିବା ଟଙ୍କା କୁ ହରଲୁଟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ଏବଂ ଏହାର ତଦନ୍ତ ପାଇଁ ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ଙ୍କ ଜରିଆ ରେ ଏକ ଦାବୀ ପତ୍ର ରାଜ୍ଯ ଗୃହ ସଚିବ ଙ୍କୁ ପ୍ରଦାନ କରିଛନ୍ତି। ଆଜି ଏହି ବିକ୍ଷୋଭ ପ୍ରଦର୍ଶନ ରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି, ବିଭୂତି ଜେନା, ପ୍ରଭାତ ଷଡଙ୍ଗୀ, ରାଜେଶ ସାହୁ, ପ୍ରବୀର ପାତ୍ର, ସୁନୀଲ ସାହୁ, ଅମୂଲ୍ଯ ଚୌଧୁରୀ, ଶିବ ଅଧିକାରୀ, ବିଜୟ ପଣ୍ଡା, ଏସ୍. ରାଣୀ, ହେମନ୍ତ ପଣ୍ଡା, ଶରତ ସାହୁ, ନିରଞ୍ଜନ ପାଣିଗ୍ରାହୀ ପ୍ରମୂଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here