ବିଶିଷ୍ଟ ଫଟୋଗ୍ରାଫର ତଥା ବହୁ ଲୋକପ୍ରିୟ ଓଡ଼ିଆ ପତ୍ରିକା ର ନିର୍ମାତା କାଳୀପ୍ରସାଦ ମିଶ୍ର ଙ୍କ ଦେହାନ୍ତ

0
264

ବ୍ରହ୍ମପୁର,୦୪/୧୧-ବିଶିଷ୍ଟ ଫଟୋଗ୍ରାଫର ତଥା ବହୁ ଲୋକପ୍ରିୟ ଓଡ଼ିଆ ପତ୍ରିକାର ପ୍ରଚ୍ଛଦ ନିର୍ମାତା କାଳୀପ୍ରସାଦ ମିଶ୍ର ଆଉ ନାହାନ୍ତି । ବ୍ରହ୍ମପୁରରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ହେବ ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡ଼ିଛି । କାଳୀପ୍ରସାଦ ମିଶ୍ରଙ୍କ ବିୟୋଗରେ ରାଜ୍ୟର ବହୁ ବରିଷ୍ଠ କଳାକାର, ଶିଳ୍ପୀ, ସାମ୍ୱାଦିକ ଓ ବୁଦ୍ଧିଜୀବୀ ଶୋକବ୍ୟକ୍ତ କରିଛନ୍ତି ।
୩ ଦଶନ୍ଧି ତଳେ ରାଜ୍ୟରେ ସେ ସମୟରେ ଡିଜିଟାଲ କ୍ୟାମେରାର ପ୍ରଚଳନ ନଥିଲା । ମାତ୍ର କାଳୀ ପ୍ରସାଦ ମିଶ୍ର ମାନୁଆଲ କ୍ୟାମେରାରେ ହିଁ ଫଟୋଗ୍ରାଫିର ମ୍ୟାଜିକ ଦେଖାଇଥିଲେ l ଅନେକ ସମୟରେ ପ୍ରଚ୍ଛଦର ଆବଶ୍ୟକତା ମୁତାବକ ଚରିତ୍ର ଓ ସ୍ଥାନ ବାଛୁଥିଲେ କାଳୀ ପ୍ରସାଦ । ବହୁ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ଫଟୋଗ୍ରାଫିର ନିଶା ଏତେ ଅଧିକ ଥିଲା ଯେ, ସେ ବ୍ୟାଙ୍କ ଚାକିରି ଛାଡ଼ି ଫଟୋଗ୍ରାଫି କରିବାକୁ ପସନ୍ଦ କରୁଥିଲେ । ସଚିତ୍ର ବିଜୟା ଓ କାଦମ୍ୱିନୀର ବହୁ ପ୍ରଛଦରେ ଚିତ୍ରଶିଳ୍ପୀଙ୍କ ସ୍ୱାକ୍ଷର ରହିଥିଲା । ଓଡ଼ିଶାର କଳା, ସଂସ୍କୃତି ଓ ପରଂପରାର ନିଚ୍ଛକ ଛବି ଗୁଡିକୁ ତାଙ୍କ କ୍ୟାମେରା ନିଖୁଣ ଭାବେ ଧରିପାରିଥିଲା । ଆଜି ତାଙ୍କ ଅବର୍ତ୍ତମାନରେ ଶିଳ୍ପିଙ୍କୁ ପ୍ରଣାମ ଜଣାଇବା ସହ ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ।

LEAVE A REPLY

Please enter your comment!
Please enter your name here