ଲାୟନ୍ସ କ୍ଳବ ପକ୍ଷ ରୁ ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ

0
176

ବ୍ରହ୍ମପୁର, ୧୬/୧୧-ଆଜି ଲାୟନ୍ସ କ୍ଳବ ବ୍ରହ୍ମପୁର ପକ୍ଷ ରୁ ସ୍ଥାନୀୟ କୁଇନ ଅଫ ଦି ମିଶନ ହାଇସ୍କୁଲ ପରିସର ରେ ଏକ ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥି ରେ ବରିଷ୍ଠ ଡାକ୍ତର ନକୁଳ ସାହୁ ଏବଂ ଡାକ୍ତର ଆର. କେ. ସାହୁ ପିଲାମାନଙ୍କ ସ୍ବାସ୍ଥ୍ଯ ପରିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଳବ ର ସଭାପତି ଶ୍ୟାମାପ୍ରସାଦ ପାଢ଼ୀ, ଡଃ ବ୍ରଜମୋହନ ସାସମଲ, ଡଃ ରବିନାରାୟଣ ମିଶ୍ର, ଲାୟନ୍ସ ଆସିଷ୍ଟାଣ୍ଟ୍ ସେକ୍ରେଟାରୀ ଅମର କୁମାର ପାତ୍ର, ସଂପାଦକ ଦିଲ୍ଲୀ ରେଡ୍ଡି ଯୋଗ ଦେଇଥିଲେ। ସ୍କୁଲ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ଓ ଖେଳ ଶିକ୍ଷକ ସହଯୋଗ କରିଥିଲେ। ଶିକ୍ଷକ ମାନଙ୍କ ଦାନ୍ତ, ଚକ୍ଷୁ, ବ୍ଲଡ ପ୍ରେସର୍ ପରିକ୍ଷା ନିରକ୍ଷା କରାଯାଇଥିଲା। ପରିଶେଷ ରେ ନାରସୁ ଜେନା ଧନ୍ଯବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here