ଥାଇଲାଣ୍ଡ ରେ ଓଡିଶୀ ନୁତ୍ୟ ପଦର୍ଶନ କରି,ଗଜପତି ଜିଲ୍ଲା ର ସୁନାମ ଆଣିଲେ ପ୍ରୀତିପ୍ରିୟା

0
295

ପାରଳାଖେମୁଣ୍ଡି,୧୭/୧୧–ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁନିସିପାଲଟି କଲୋନୀ ର ଘନଶ୍ୟାମ ବେହେରା ଓ ସଂଯୁକ୍ତା ବେହେରା ଙ୍କ କନିଷ୍ଠ ଝିଅ ପ୍ରୀତିପ୍ରିୟା ବେହେରା ଆଜି ସେ ଥାଇଲାଣ୍ଡ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୩୫ତମ ଆସିଅନ ସମିତି ର କାର୍ଯ୍ୟକ୍ରମ ରେ ଯୋଗଦେଇ ଓଡିଶୀ ନୁତ୍ୟ ପଦର୍ଶନ କରି ଗଜପତି ଜିଲ୍ଲା ର ଉଦାହରଣ ପାଲଟିଛନ୍ତି । ଏହି କାର୍ଯ୍ୟକ୍ରମ ଟି ଥାଇଲାଣ୍ଡ ର ବ୍ୟାଙ୍କକ୍ ରେ ଅନୁଷ୍ଠିତ ହୋଇଥିଲା । ଥାଇଲାଣ୍ଡ ରେ ଭାରତୀୟ ଦ୍ରୁତବାସ ର ଅନୁରୋଧ କ୍ରମେ ବ୍ୟାଙ୍କକ୍ ରେ ଅବସ୍ଥିତ ପ୍ରବାସୀ ଭାରତୀୟ ସଂଘଠକ ତରଫ ରୁ ଥାଇଲାଣ୍ଡ ରେ ବସବାସ କରୁଥିବା ସମସ୍ତ ଓଡ଼ିଆ ସଂଘଠକ ଓ ଓଡ଼ିଆ କମୁନିଟି ତରଫ ରୁ ପୂର୍ଣ୍ଣିମା ସାହୁ ଓ ବିଶ୍ୱରଂଜନ ମହାନ୍ତି ଙ୍କ ନେତୃତ୍ୱରେ ଓଡ଼ିଶୀନୁତ୍ୟ ଶିଳ୍ପୀ ପ୍ରୀତିପ୍ରିୟା ବେହେରା ରତିକା ମହାନ୍ତି ମଧୁସ୍ମିତା ସ୍ଵାଇଁ ଓ ପ୍ରିୟଦର୍ଶନି ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶୀନୁତ୍ୟ ପ୍ରଦର୍ଶନ କରି ଦର୍ଶକ ଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here