ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର— ଶୀତ କବିତାର ଲହରୀରେ ଶୂଳିଆ ପାହାଡ ସାହିତ୍ୟୈତ୍ସବ

0
140

ମାଲକାନଗିରି,୨୪/୧୧-
ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା ବ୍ଳକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ହାଇସ୍କୁଲର ପରିସରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ଆଜି “ଶୂଳିଆ ପାହାଡ଼ ସାହିତ୍ୟ ମହୋତ୍ସବ” ଅତି ଆଡମ୍ବର ସହକାରେ ପାଳିତ ହୋଇଥିଲା ।
ଏହି ଐତିହାସିକ ସାହିତ୍ୟ ମହୋତ୍ସବକୁ ବିଦ୍ଧିବଦ୍ଧ ଭାବେ ଉଦଘାଟନ କରି ମୁଖ୍ୟ ଅତିଥି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରସାଶନିକ ଅଧିକାରୀ ଖୀରବ୍ଦୀ ବେହେରା କହିଲେ ଯେ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାବାସୀଙ୍କ ସାମୁହିକ ବିକାଶ ନହେବା ପର୍ଯ୍ୟନ୍ତ ସାହିତ୍ୟର ଅଗ୍ରଗତି ଅସମ୍ଭବ।ତେଣୁ ଏଦିଗରେ ସାହିତ୍ୟିକ ମାନେ ସେହିଭଳି ସୃଜନଶୀଳ ସାହିତ୍ୟ ସୃଷ୍ଟି କରିବା ଉଚିତ ।ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମୁଖ୍ୟ ଆବାହକ କିଶୋର ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରି କହିଲେ ଯେ,ଉପାନ୍ତ ଅଞ୍ଚଳରେ ଶିକ୍ଷାର ସହିତ ସାହିତ୍ୟ ଓ ସାହିତ୍ୟିକ ମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ଘଟିଥିଲେ ମଧ୍ୟ ଆଦିବାସୀ ଅଂଚଳରେ ଏହାର ପ୍ରଭାବ ଆଶାଜନକ ଭାବେ ପ୍ରଭାବ ବିସ୍ତାର କରିପାରିନାହିଁ । ତେଣୁ ଜିଲ୍ଲା ପ୍ରଶାସନର ସହଯୋଗ ଏକାନ୍ତ କାମ୍ୟ । ମୁଖ୍ୟବକ୍ତା ଭାବେ କୋରୁକୁଣ୍ଡା ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାସରଥୀ ସରାବୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ମାଲକାନଗିରି ଜିଲ୍ଲାର ଆଦିବାସୀ ଶିକ୍ଷାର ଅଗ୍ରଗତି ସହିତ ଲୋକ ସଂସ୍କୃତିର ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି,ସମ୍ମାନନୀୟ ଅତିଥି ମଣିଶଙ୍କର ମଜୁମଦାର , କୋରୁକୁଣ୍ଡା ବ୍ଳକର ପୂର୍ବତନ ଅଧ୍ୟକ୍ଷ , ସାମ୍ବାଦିକ ରାମହରି ସାହୁ, ସାମ୍ବାଦିକ ନିରଞ୍ଜନ ମଲ୍ଲ,ସ୍ଥାନୀୟ ସରପଂଚ ସୋମନାଥ ବାସେ, ସାମ୍ବାଦିକ ଶୁଭାଶିଷ କର, ଅତିଥି ଭାବେ ଯୋଗଦେଇ ଉପାନ୍ତ ଅଞ୍ଚଳରେ ଶିକ୍ଷା ଓ ସାହିତ୍ୟର ବିକାଶ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସୋଇଛି ବୋଲି କହିଥିଲେ ।ଅନ୍ୟତମ
ଅତିଥି ଭାବେ ନିରଞନ ବେଦ,ସାମ୍ବାଦିକ ଭଗବାନ ସାହୃ
,କବିୟତ୍ରୀ ପୁଷ୍ପାଞଳୀ ପୃଜାରୀ ଓ କବିୟତ୍ରୀ ଗାରିମା ନାଥ ଯୋଗଦେଇ କହିଲେ ଆଜି ଓ ଗତ କାଲି ମଧ୍ୟରେ ଜିଲ୍ଲା ର ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ହେବାରେ ଲାଗିଛି ।
ଶୂଳିଆ ପାହାଡ଼ ସାହିତ୍ୟୈ!ତ୍ସବକୁ ସ୍ମୃତିମଧୁର କରିବା ପାଇଁ ତାର୍ଲାକୋଟା ସରକାରୀ ହାଇସ୍କୁଲର ଆଦିବାସୀ ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲା ବେଳେ ମଂଚ ପରିଚାଳନା କରିଥିଲେ ଶିକ୍ଷାନୁଷ୍ଟାନର ପ୍ରଧାନ ଶିକ୍ଷକ ତଥା ସମ୍ମିଳନୀର ବ୍ଳକ ଆବାହକ କବି କରୁଣାକର ମଲ୍ଲିକ ଏବଂ ପ୍ରାରମ୍ଭିକ ସୂଚନା ଦେଇଥିଲେ ସମ୍ମିଳନୀ ର ଯୁଗ୍ମ ଆବାହକ କବି ବଳରାମ ପୂଜାରୀ ।
ଶେଷରେ ଶୀତକବିତାର ସପ୍ରରଂଗ କାର୍ଯ୍ୟକ୍ରମରେ କବି ବଳରାମ ପୂଜାରୀ ଓ କବି ଶୁଭାଶିଷ କର କବିତା ସଂଚାଳନ କରିଥିଲେ ।ଏଥିରେ ବହୁ କବିମାନେ ନିଜର ସ୍ବରଚିତ କବିତା ପାଠ କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶାନ୍ତ ମହାରଣା  ।
ସଭା କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ଅଛି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here