ବ୍ରହ୍ମପୁର,୩୦/୧୧– ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବ୍ରହ୍ମପୁର ଶାଖା ପକ୍ଷରୁ ହାଇଦ୍ରାବାଦ ରେ କାର୍ଯ୍ୟରତ ମହିଳା ଡାକ୍ତର ଙ୍କୁ ଗଣଧର୍ଷଣ କୁ ବିରୋଧ କରିବା ସହ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଙ୍କ ଉଦ୍ଦେଶ୍ଯ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଯାଇଛି। ଏହି ଘଟଣା ରେ କିପରି ଧର୍ଷଣକାରୀ ନିଜର ମଣିଷପଣିଆ ଭୁଲି ପାଶବିକତା ର ପରିଚୟ ଦେଇଥିଲା, ଏହାକୁ ପରିଷଦ ଦୃଢ ନିନ୍ଦା କରିବା ସହ ଯେପରି ସେଠାର ଗୃହ ମନ୍ତ୍ରୀ ଅମାନବୀୟ ମନ୍ତବ୍ୟ ଦେଇଥିଲେ ଏହାକୁ ଦୃଢ ନିନ୍ଦା କରାଯାଇଥିଲା , ଅଭିଯୁକ୍ତ କୁ ଫାଶି ଦିଆଯାଉ ବୋଲି ଛାତ୍ରୀ ସ୍ମୃତି ସୁଦ୍ଧା ସାହୁ କହିଥିଲେ। ଏଥିରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ବିଭୁପ୍ରିୟ ସାହୁ, ସସ୍ମିତା ବେହେରା, ଆଶୁତୋଷ ସାହୁ, ନିରାକାର, ପ୍ରିୟରଞ୍ଜନ ମଲ୍ଲିକ, ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।