ଆଜି ପବିତ୍ର ବଡ ଦିନ ପାରଳାଖେମୁଣ୍ଡି ସହର ଉତ୍ସବ ମୁଖରିତ

0
457

 

ପାରଳାଖେମୁଣ୍ଡି, ୨୫/୧୨(ପ୍ରଭାତ ପାତ୍ର)-ଆଜି ହେଉଛି ପବିତ୍ର ବଡ ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ ପ୍ରଭୁ ଯୀଶୁ ରାତ୍ର ୧୨ ରେ ଧରାବତରଣ କରିବେ ସେଥିପାଇଁ ଖ୍ରୀଷ୍ଟ ପ୍ରେମୀ ମାନେ ସଂନ୍ଧ୍ଯାରେ ହିଁ ଯୀଶୁଙ୍କ ନାମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ। ରାତ୍ର ୧୨ଟା ସମୟରେ ପ୍ରଭୁ ଯୀଶୁଙ୍କ ଜନ୍ମ ଅବସରରେ କେକ୍ କାଟିବା ସହ ସାମୁହିକ ପ୍ରାଥନା କରିଥିଲେ। ଏହି ଅବସରରେ ପାରଳାଖେମୁଣ୍ଡିର ମେଡିକାଲ ଛକ ନିକଟରେ ଥିବା କେଥେଲିକଚର୍ଚ୍ଚ, କଲେଜ ଛକ ନିକଟରେ ଥିବା ବାପିଷ୍ଟ ଚର୍ଚ୍ଚ ରେ କରାଯାଇଥିଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ପ୍ରବଳ ଶୀତ ହୋଇଥିଲେ ମଧ୍ୟ ଏହାକୁ ଖାତିରି ନ କରି ରାତି ସାରା ଉଜାଗର ରହି ସମୁହ ପ୍ରର୍ଥନା ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଜା ଯାଇଥିଲେ ଖ୍ରୀଷ୍ଟ ପ୍ରେମୀ ଭାଇଭଉଣୀ ମାନେ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିଦ୍ଦେର୍ଶରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା

LEAVE A REPLY

Please enter your comment!
Please enter your name here