ଭାରତୀୟ ଜନତା ପାର୍ଟି, ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ “ଭାରତ ରତ୍ନ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ୯୬ ତମ ଜନ୍ମ ଜୟନ୍ତୀ ପାଳନ”

0
218

ବ୍ରହ୍ମପୁର,୨୫/୧୨-(ହିମାଶୁଂ ଶେଖର ସାବତ) ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ “ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ” ମଣ୍ଡଳ ସଭାପତି ବିନାୟକ ରଥଙ୍କ ସଭାପତିତ୍ୱରେ ଆଗା ସାହି ସ୍ଥିତ ବିଜେପି ମଣ୍ଡଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଆନୁଷ୍ଠିକ ଭାବେ ଏହି ସଭାକୁ ଶୁଭାରମ୍ଭ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଯୋଗ ଦେଇ ଭାରତରତ୍ନ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ-ସଭାପତି ପ୍ରଭାତ କିରଣ ଷଡଙ୍ଗୀ, ରାଜେଶ ସାହୁ, ଗୋପିନାଥ ପଣ୍ଡା, ରବିନ୍ଦ୍ର ସାହୁ, ପ୍ରବୀର ପାତ୍ର, ସୁନିଲ କୁମାର ସାହୁ, ନିରଞ୍ଜନ ପାଣିଗ୍ରାହୀ, ପ୍ରଦୀପ ଶତପଥି, ରାମ ପାତ୍ର, ନମିତା ରାଣୀ ପଣ୍ଡା, ଏସ୍.ରାଣୀ, ମଦନ ମୋହନ ପାତ୍ର, ପ୍ରଦୀପ ମିଶ୍ର, ବିଘ୍ନରାଜ ନାହାକ, ରିଙ୍କୁ ସାମଲ, ଶିବ ଶଙ୍କର ଶତପଥି, ସୁମନ ଶତପଥି, ଜଗନ୍ନାଥ ଜେନା, କିରଣ କୁମାର ନାୟକ, ସଂଜୟ ଚୌଧୁରୀ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here