କଟକଣାଯୁକ୍ତ ରଥଯାତ୍ରା ପାଇଁ ବିଚାର ବିମର୍ଶ : ସୁପ୍ରିମକୋର୍ଟରେ ଦାଖଲ ହେବ ସତ୍ୟପାଠ

0
259

ଭୂବନେଶ୍ୱର,୧୧/୦୪/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ ଗତି କରୁଛି। ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୫୦ ଛୁଇଁଲାଣି । ବିଶେଷକରି ପୁରୀର ନିକଟବର୍ତ୍ତୀ ତଥ‌ା ରାଜଧାନୀ ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିଛି । କରୋନା ସଂକ୍ରମଣର ଭୟାବହତା କୁ ନଜରରେ ରଖି କେନ୍ଦ୍ର ସରକାର ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ଯ‌ାଏ ଏହା ବଢ଼ାଇ ଦେଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଚଳିତ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ମଧ୍ଯ ବାତିଲ କରି ଦିଆଯାଇଥିଲା । ‌ଏବେ ସମସ୍ତଙ୍କ ନଜର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପରେ ରହିଛି ।
ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏବେ ଅନଶ୍ଚିତତା ଦେଖାଦେଇଛି । ଏଭଳି ଘଡ଼ିସନ୍ଧି ସମୟରେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନା କଟକଣା ଯୁକ୍ତ ରଥଯାତ୍ରା ପାଳନ କରାଯିବ ତାକୁ ନେଇ ଆରମ୍ଭ ‌ହୋଇଛି କଳ୍ପନାଜଳ୍ପନା । ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ରଥଯାତ୍ରାକୁ ନେଇ ବିଚାରବିମର୍ଶ ଆରମ୍ଭ କରିଛନ୍ତି । ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏଥର ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ସୁପ୍ରିମ କୋର୍ଟର ଆଶ୍ରୟ ନେବେ । ସୁପ୍ରିମକୋର୍ଟରେ ଏ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ଯୋଜନା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here