ପିତ୍ତଳ ପଂଚାୟତ ରେ ସମୂହ ସ୍ୱାସ୍ଥ୍ଯ ପରୀକ୍ଷା

0
230

 

ଶେରଗଡ,୧୧/୦୪/୨୦୨୦:ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଶେରଗଡ ବ୍କକର ପିତଳ ପଂଚାୟତ ରେ ତିନିଦିନ ଧରି ସ୍ୱାସ୍ଥ୍ଯ ପରୀକ୍ଷା କାର୍ଯ୍ଯକ୍ରମ କରାଯାଇଛି।ଏଥିରେ ଅଙ୍ଗନବାଡିକର୍ମୀ ସୁଶ୍ରୀ ପୁଷ୍ପାଂଜଳି ପଣ୍ଡା,ବାସନ୍ତୁସାହୁ,କାଦମ୍ବରୀନାୟକ,ଏ ସୁଜାତା, ନମିତା ବେହରା ଓ କାଦମ୍ବରୀ ନାୟକ ଶିକ୍ଷୟତ୍ରୀ ଏ ରେଖାସଓ ସହାୟିକା ମାନେ ପ୍ରତ୍ଯେକଙ୍କ ଘରକୁ ଯାଇ ପରିବାର ସଦସ୍ଯ ଙ୍କ ନାମ ମୂଖିଆ ଙ୍କ ଟେଲିଫୋନ ନମ୍ବର ପରବାର ରେ କିଏ ପୀଡିତ ଅଛିକିନାହିଁ ତାରନିର୍ଧ୍ଧିଷ୍ଠ ଫର୍ମ ପୂରଣ କରିବା ସହ,ସମସ୍ତେ ମାକ୍ସ ପିନ୍ଧିବା ଓ ହାତ ଧୋଇବା ସଂପର୍କରେ ବୁଝାଇଛନ୍ତି।ରାଜ୍ୟ ବାହାରେ କିମ୍ବା ଜିଲା ବାହାର ଅଥବା ଥିବା କୌଣସି ସଦସ୍ଯ ଆସିବାର ଅଛିକି ନାହିଁ ତାହା ମଧ୍ଯ ଫର୍ମରେ ଲିପିବଦ୍ଧ କରିଛନ୍ତି,ବିନା ମାକ୍ସ ରେ ଗଲେ କୌଣସି ବିକ୍ରେତା ପନିପରିବା ବା ତେଜରାତି ଜିନିଷ ମିଳିବ ନାହିଁ ବୋଲି ଲୋକ ଙ୍କୁ ଏହି ସମୟରେ ସଚେତନତା କରିବା ସହ ସଟ୍ ଡାଉନ କୁ ସମସ୍ତେ ଠିକ୍ ରୂପେ ମାନି ସଚେତନ ନାଗରିକ ର ଦାୟୀତ୍ୱ ସଂପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ଯରେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ସରିତା ପଣ୍ଡା ସହଯୋଗ କରିଛନ୍ତି।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here