ବେଗୁନିଆପଡା ବ୍ଲକ୍ ମାଟିଆ ସାହିରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ମାସ୍କ ବଣ୍ଟନ

0
277

 

ଗଞ୍ଜାମ,୧୧/୦୪/୨୦୨୦( ଟୁକୁନା ପ୍ରଧାନ) :- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତର ମାଟିଆ ସାହି ଗ୍ରାମ ପ୍ରଶାସନ ନଜରରେ ରହିଥିବା ବେଳେ ଆଜି ଆର୍ଟ ଅଫ୍ ଲିଭିଂ ର ସ୍ଵେଚ୍ଛାସେବୀ ଦେବାଶିଷ ମହାରଣାଙ୍କ ସହିତ ଲଚ୍ଛିପୁର ଗ୍ରାମର ଯୁବ ସଂଗଠକ କୈଳାଶ ସାହୁ, ପ୍ରଶାନ୍ତ କୁମାର ପରିଡା, ବାବୁ ସାହୁ ପ୍ରମୁଖ ସହଯୋଗ କରି ଲୋକଙ୍କୁ ସଚେତନ କରିବା ସହ ପ୍ରତ୍ୟେକ ପରିବାରକୁ ମାସ୍କ ବଣ୍ଟନ କରି ଗାଁ ବାହାରକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ l ସୂଚନା ପ୍ରକାରେ ମାଟିଆ ସାହିର ୫୩ ଜଣ ମହିଳା ଓ ପୁରୁଷ କଟକ ଓ ଭୁବନେଶ୍ଵର ରୁ ଆସିବା ଖବର ପାଇବା ପରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ, କୋଦଳା ଥାନା ଆଇ ଆଇ ସି ଦେବାଶିଷ ମହାନ୍ତି, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଏହି ଗାଁକୁ ଆସି ସିଲ୍ କରିବା ସହ ଗାଁ ବାହାରକୁ ନଯିବା ପାଇଁ ପର।ମର୍ଶ ଦେଇଥିଲେ l

LEAVE A REPLY

Please enter your comment!
Please enter your name here