ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ୧୦କରୋନା ରୋଗୀ

0
219

 

ଭୂବନେଶ୍ୱର,୧୧/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ ୧୦କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କର ନମୁନା ରିପୋର୍ଟ ନେଗଟିଭ୍ ଆସିଛି । ୧୦ଜଣଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ଭଦ୍ରକର ଅଛନ୍ତି । ସେହିପରି ଜଣେ କଟକ, ଭଦ୍ରକ , ଯାଜପୁର ଓ ପୁରୀର ଆକ୍ରାନ୍ତ ଥିବା କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୪୫ଜଣ ଆକ୍ଟିଭ କେସ୍ ଥିବା ବେଳେ ବର୍ତ୍ତମାନ ୧୦ଜଣ ସୁସ୍ଥ ହେବା ପରେ ଆଉ ୩୫ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛିି ।

LEAVE A REPLY

Please enter your comment!
Please enter your name here