ଖେଳ ହେଲା କାଳ, ବ୍ୟାଟ ମାଡରେ ନାବାଳକଙ୍କ ମୃତ୍ୟୁ

0
120

 

ହିଞିଳିକାଟୁ,୧୧/୦୪/୨୦୨୦(ପ୍ରିୟବ୍ରତ ପଣ୍ଡା) ଗଞ୍ଜାମ ଜିଲ୍ଲାର ହିଂଜିଳି ଥାନା ଅଞ୍ଚଳରେ ଶନିବାର ସକାଳ ସମୟରେ ଏକ ଦୁଃଖଦ ଘଟଣା ଘଟିଛି। କରୋନା ସଂକ୍ରମଣ ରୁ ବର୍ତ୍ତିବା ପାଇଁ ଲକ ଡାଉନ ଘୋଷଣା ହୋଇଥିବା ବେଳେ କ୍ରିକେଟ ଖେଳକୁ ନେଇ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି।ସ୍ଥାନୀୟ ଥାନା ଅନ୍ତର୍ଗତ ଖରିଡା ଗାଁ ଆମ୍ବ ତୋଟାରେ କ୍ରିକେଟ ଖେଳ ଚାଲିଥିବା ବେଳେ କୌଣସି କାରଣକୁ ନେଇ ଜଣେ ନାବାଳକ ଛାତ୍ରର ବ୍ୟାଟ ମାଡରେ ଜଣେ ଅଷ୍ଟମ ଶ୍ରେଣୀଛାତ୍ରର ମୃତ୍ୟୁ ହୋଇଛି।ମୃତ ଛାତ୍ର ହେଲେ ୧୪ବର୍ଷ ବୟସ୍କ ବିଭୁ ସେଠୀ।ସେ ସ୍ଥାନୀୟ ବ୍ଲକ ଶାସନ ଆମ୍ବଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ ବୋଲି ଅଧ୍ୟକ୍ଷ ଅରୁଣ କୁମାର ପଟେଲ ସୂଚନା ଦେଇଛନ୍ତି।ଶନିବାର ସକାଳ ସାଢେ଼୮ବେଳେ ଦଳେ ପିଲା ଗାଁ ଆମ୍ବ ତୋଟାରେ କ୍ରିକେଟ ଖେଳ ଖେଳୁଥିଲେ।କୌଣସି କାରଣକୁ ନେଇ ଜଣେ ନାବାଳକ ଛାତ୍ର ଉତ୍ୟକ୍ତ ହୋଇ ଏକ ବ୍ୟାଟ ଧରି ମୃତ ବିଭୁ ଙ୍କୁ ପିଟିଥିଲା।ଗାଁ ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ପହଞ୍ଚି ଗୁରୁ ଶିଷ୍ୟ କଲ୍ୟାଣ ପାଣ୍ଠିରୁ ୧୦ହଜାର ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ।ଏନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ କରୁଛି।ମୃତକ ର ବାପା ଲକ୍ ଡାଉନ ଯୋଗୁଁ ସୁଦୂର ମୁମ୍ବାଇରେ ଅଟକି ରହିଥିବା ବେଳେ ଘଟଣା କୁ ନେଇ ପରିବାର ରେ ଶୋକା କୁଳ ପରିସ୍ଥିତି ଲାଗିରହିଛି।ଘଟଣାକୁ ନେଇ ଆଦର୍ଶ ବିଦ୍ୟାଳୟ ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ପୋଲିସ ଓ ପ୍ରଶାସନ ର ଢିଲାପଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଦୂରତ୍ୱ କୁ ଫୁ କରି ଲୋକେ ଦଳ ଦଳ ହୋଇ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here