ପାରଳାଖେମୁଣ୍ଡି, ୧୧/୦୪/୨୦୨୦(ପ୍ରଭାତ କୁମାର ପାତ୍ର) ପାରଳାଖେମୁଣ୍ଡି ସ୍ଥିତ ୧ ନମ୍ବର ୱାଡ ସ୍ଥିତ ବିଭିନ୍ନ ସାହି ରେ ଥିବା ପୌରପରିଷଦର ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ଝାଡୁଦାର,ଜମାଦାର,ହେଲଥ ୱାର୍କର,ଡ୍ରାଇଭର ଙ୍କୁ ମାକ୍ସ ଓ ସାନିଟାରୀ ବଣ୍ଟନ କରିଥିଲେ ପାରଳା ବିଧାୟକ କେ ନାରାୟଣ ରାଓ । ଏହି କର୍ମଚାରୀ ମାନେ ନିଜ ଜୀବନକୁ ନଡରି ଲୋକ ଙ୍କୁ କିଭଳି କରୋନା ଠାରୁ ରକ୍ଷା କରିବେ,ସେଥିପାଇଁ ଦିନରାତି ସହର କୁ ସଫାସୁତୁରା ରଖିଥିବା ଦେଖି ବିଧାୟକ କେ ନାରାୟଣ ରାଓ ନିଜ ଟିମ ସହ ପହଞ୍ଚି ସମସ୍ତ କର୍ମଚାରୀ ମାନଙ୍କୁ ମାକ୍ସ ଓ ସାନିଟାରି ବଣ୍ଟନ କରିଥିଲେ । ବିଧାୟକ କେତେବେଳେ ଅସହାୟ ଲୋକ ଙ୍କୁ ଖାଦ୍ୟ ଦେଇ ଓ ଆଉକେତେବେଳେ ବୁଲାକୁକୁର ଓ ଗାଈ କୁ ଖାଦ୍ୟ ଦେଇ ଚର୍ଚ୍ଚାରେ ଆସିଥାନ୍ତି ସବୁବେଳେ ଗରିବ ଙ୍କ ସାଥିଭାବେ ବିଧାୟକ ଚର୍ଚ୍ଚାରେ ଥାଆନ୍ତି ।ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ପୂର୍ବତନ ସଭ୍ୟା ପି ପୁଣ୍ୟବତୀ,ପୂର୍ବତନ ନଗର ସଭାପତି ପି. କ୍ରିଷ୍ଣା, ନରସିଂହ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଚିଟି ବାବୁ ପ୍ରମୁଖ ଉପସ୍ଥିତି ଥିଲେ ।





