ଅଙ୍ଗନବାଡିକର୍ମୀ ଆନ୍ଦୋଳନ ନିକଟରେ ହାର ମାନିଲା ଜିଲା ପ୍ରଶାସନ ।

0
268

 

ଶେରଗଡ଼,୦୧/୦୬/୨୦୨୦ଅଙ୍ଗନବାଡିକର୍ମୀ ଆନ୍ଦୋଳନ ନିକଟରେ ଜିଲା ପ୍ରଶାସନ ହାର ମାନିଥିବା ଖବର ଆସି ପହଂଚିଛି।ଫଳରେ ଦୀର୍ଘ ତିନି ମାସ ଧରି ଅଙ୍ଗନବାଡିକର୍ମୀ ଓ ପ୍ରଶାସନ ମଧ୍ଯ ରେ ଚାଲିଥିବା ଶୀତଳ ଯୁଦ୍ଧର ଆଜି ଅବସାନ ଘଟିଛି ।ଜିଲା ସମାଜ ମଂଗଳ ଅଧିକାରୀ ମନୋରମା ରେଡି,ଜିଲା ର ତିନୋଟି ଏସ୍ ହେଚ ଜି ଙ୍କ ଠାରୁ ଅଣ୍ଡା କିଣି ବାଣ୍ଟିବାକୁ ଅଙ୍ଗନବାଡିକର୍ମୀ ଙ୍କୁ ଆଦେଶ ଦେଇଥିଲେ।ଏଥିପାଇଁ ବହୁମାତ୍ରାରେ କମିଶନ କାରବାର ଡିଲ୍ ହୋଇ ଥିବା ସୁରାକ ପାଇ ଅଙ୍ଗନବାଡିକର୍ମୀ ମାନେ ପରୋକ୍ଷ ଓ ପ୍ରତ୍ଯକ୍ଷ ରେ ତୀବ୍ର ବିରୋଧ କରି ଥିଲେ।ଫଳରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଚାପ ସହ ଧମକଚମକ ଦିଆଯାଇଥିଲା।ଏଥିରେ ଅଙ୍ଗନବାଡିକର୍ମୀମାନେ ଭାଂଗିନପଡି ଆଜିଠାରୁ ପୂର୍ବ ନିଷ୍ପତ୍ତି ପ୍ରକାରେ କାମ ବନ୍ଦ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ, ଶେଷରେ ପ୍ରଶାସନ ବାଧ୍ଯ ହୋଇ ଆନ୍ଦୋଳନ ଆଗରେ ମଥାନତ କରି ପୂର୍ବ ଆଦେଶ ପ୍ରତ୍ୟାହାର କରିନେଇଛି।ଏଣିକି ଅଙ୍ଗନବାଡିକର୍ମୀ ମାନେ ନିଜେନିଜ ଅଂଚଳ ରୁ ଅଣ୍ଡା କିଣି ହିତାଧିକାରୀଙ୍କୁ ବଣ୍ଟନ କରିବା ପାଇଁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଦେଶ ଦେଇଛନ୍ତି ।ଏହି ବିଜୟ ପରେ ଅଲ୍ ଓଡିଶା ଅଙ୍ଗନବାଡିକର୍ମୀ ଲେଡିସ ୱାର୍କରସ ଏସୋସିଏସନ ଗଞ୍ଜାମ ଜିଲା ତଥା ଶେରଗଡ ବ୍ଲକ ସଭାନେତ୍ରୀ ରଂଜିତାରଥ ସହଯୋଗୀ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ସହଯୋଗ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଧନ୍ଯବାଦ ଜଣାଇଛନ୍ତି ।

ରିପୋର୍ଟ:ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here