ଗାଙ୍ଗପୁର ସଙ୍ଗରୋଧ କେନ୍ଦ୍ରରେ ଶୋକାକୁଳ ପରିବେଶ ; ଲୁହ ଛଳ ଛଳ ଆଖିରେ ପ୍ରବାସୀଙ୍କୁ ବିଦାୟ ଦେଲେ ସରପଞ୍ଚ I

0
117

ଗାଙ୍ଗପୁର/ବେଲଗୁଣ୍ଠI, ୦୨/୦୬/୨୦୨୦:ସାତ ଦିନର ସରକାରୀ ସଙ୍ଗରୋଧ କାର୍ଯ୍ୟକ୍ରମ ପରେ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ରରେ ଥିବା ୮୬ଜଣ ପ୍ରବାସୀ ଶୋକାକୁଳ ପରିବେଶ ମଧ୍ୟରେ ବିଦାୟ ନେଇଛନ୍ତି I ସୂଚନା ପ୍ରକାରେ ବିଭିନ୍ନ ବାହାର ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀଙ୍କ ସୁଅ ଛୁଟିଥିବା ବେକେ ସେମାନଙ୍କୁ ସାତ ଦିନିଆ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି I ଗାଙ୍ଗପୁର ପଞ୍ଚାୟତର ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୨୫ଏବଂ ୨୬ ତାରିଖରେ ୮୬ ଜଣ ସୁରାଟ ଫେରନ୍ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା I ସାତ ଦିନ ମଧ୍ୟରେ ଏହି ପଞ୍ଚାୟତର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ସମସ୍ତ ପ୍ରବାସୀଙ୍କ ମନ କିଣି ନେଇଥିଲେ I ଉତ୍ତମ ମାନର ଖାଦ୍ୟ ଯୋଗାଣ ସହ ସମସ୍ତ ପ୍ରକାର ସୁବ୍ୟବସ୍ଥା ସହ ପ୍ରବାସୀ ମାନଙ୍କ ସହ ସରପଞ୍ଚ ଶ୍ରୀ ଡାକୁଆଙ୍କ ଏକ ଆତ୍ମୀୟ ସମ୍ପର୍କ ଗଢ଼ି ଉଠିଥିଲା, ଯାହା ଆଜି ପ୍ରବାସୀମାନଙ୍କ ବିଦାୟ ବେଳର କରୁଣ ଦୃଶ୍ୟରେ ପ୍ରତିଫଳିତ ହୋଇଥିଲା I ସମସ୍ତ ପ୍ରବାସୀ ସରପଞ୍ଚଙ୍କ ମହନୀୟତାକୁ ଝୁରି କାନ୍ଦି କାନ୍ଦି ବିଦାୟ ନେଇଥିବା ବେଳେ ସରପଞ୍ଚଙ୍କ ଆଖି ମଧ୍ୟ ଛଳ ଛଳ ହୋଇଯାଇଥିଲା I ଓଡ଼ିଶାର ସମସ୍ତ ପଞ୍ଚାୟତରେ ଯଦି ଶ୍ରୀ ଡାକୁଆଙ୍କ ଭଳି ସରପଞ୍ଚ ରହିଥାନ୍ତେ ତେବେ ଓଡ଼ିଶା ପ୍ରକୃତ ରାମ ରାଜ୍ୟରେ ପରିଣତ ହୋଇଥାନ୍ତା ବୋଲି ପ୍ରବାସୀ ମାନେ ଆବେଗର ସହ ପ୍ରକାଶ କରିଥିଲେ I ବିଦାୟ ସମୟରେ ପ୍ରବାସୀମାନେ ସରପଞ୍ଚଙ୍କୁ ଫୁଲ ହାର ଦେଇ ସମ୍ବର୍ଦ୍ଧିତ କରିଥିଲା ବେଳେ ସରପଞ୍ଚ ମଧ୍ୟ ସେମାନଙ୍କୁ ମିଠା ଖୁଆଇ ବିଦାୟ ଦେଇଥିଲେ I ଏହା ସହ ପ୍ରଭୁ ଜଗନ୍ନାଥଙ୍କ ନାମରେ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ସମସ୍ତ ପ୍ରବାସୀଙ୍କୁ ଶପଥ କରାଇବା ସହ ସମସ୍ତଙ୍କ ହାତରେ ସମ୍ପର୍କର ଡୋରି ବାନ୍ଧି ଦେଇଥିଲେ I ସୂଚନା ପ୍ରକାରେ ଗତ କାଲି ୪ ଜଣ ପ୍ରବାସୀ ବିଦାୟ ନେଇଥିବା ବେଳେ ଆଜି ୬୦ ଜଣ ପୁରୁଷ, ୧୭ଜଣ ମହିଳା ଏବଂ ୫ ଜଣ ଶିଶୁ ବିଦାୟ ନେଇଥିଲେ I ବିଦାୟ ସମୟରେ ସରପଞ୍ଚଙ୍କ ସମେତ ସଙ୍ଗରୋଧ କେନ୍ଦ୍ର ଅଧୀକ୍ଷକ ସସ୍ମିତା ରାଣୀ ଦାସ, ଯୁବ ସ୍ଵେଚ୍ଛାସେବୀ ଶ୍ୟାମ ସୁନ୍ଦର ବିଷୋୟୀ, ଗଣ ମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ, ଆଶା କର୍ମୀ ଏବଂ ଅଙ୍ଗନଓ୍ଵାଡି କର୍ମୀ ଉପସ୍ଥିତ ଥିଲେ I

ରିପୋର୍ଟ: ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here