କାନ୍ଥ ଭୁଶୁଡିଲା, ସହାୟତା ଦାବୀ

0
194

 

ବଙ୍ଗୋମୁଣ୍ଡା, ୨୯/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁର ବୃଦ୍ଧା କିରଣ ନନ୍ଦ, ତାଙ୍କ ସ୍ତ୍ରୀ ରବିବାର ରାତ୍ରିରେ ଶୋଇଥିବାବେଳେ ଘରର ଗୋଟିଏପଟ କାନ୍ଥ ଘୁଷୁଡି ପଡିଛି l ଅଳ୍ପରେ ପରିବାର ଲୋକ, ଛେଳିମେଣ୍ଢା ବର୍ତ୍ତି ଯାଇଛନ୍ତି l ଏହି ବୃଦ୍ଧାପରିବାର ଖପରଛାଉଣୀ ମାଟିଘରରେ ରହି ଆସୁଛନ୍ତି l ମାତ୍ର ଅର୍ଥାଭାବରୁ ଦୀର୍ଘଦିନ ଘରର ମରାମତି କାର୍ଯ୍ୟ କରିପାରିନଥିବା ଜାଣିବାକୁ ମିଳିଛି l ରବିବାର ରାତ୍ରିରେ ସାମାନ୍ୟ ବର୍ଷାହେବାପରେ କାନ୍ଥ ଭୁଶୁଡି ପଡିଛି ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଧର୍ମା ଚରଣ ନନ୍ଦ, କିସମତ ମହାନନ୍ଦ, ଅବିତା ମହାନନ୍ଦ, ଆଶା ବିଜୟୀନୀ ତାଣ୍ଡି ପ୍ରମୁଖ ଦାବୀ କରିଛନ୍ତି l ଅନ୍ୟପକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଦୀର୍ଘଦିନ ଧରି ଦାବି କରିଆସୁଥିବା ବେଳେ ତାଙ୍କକଥା କେହି ଶୁଣୁନଥିବା ଅତ୍ୟନ୍ତ କୋହଭରା କଣ୍ଠରେ କହିଛନ୍ତି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାଗୃହ ଯୋଗାଇବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here