ସେପ୍ଟେମ୍ବରରେ ଖୋଲିବ ସ୍କୁଲ ! ପ୍ରଥମେ ଦଶମରୁ ଦ୍ୱାଦଶ, ପରେ ଷଷ୍ଠରୁ ନବମ ପିଲାଙ୍କ ପାଇଁ ବିଦ୍ୟାଳୟ ଗେଟ୍ ଖୋଲିବା ଯୋଜନା

0
235

 

ଭୁବନେଶ୍ୱର,୦୭/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ସେପ୍ଟେମ୍ବରରୁ ଖୋଲିପାରେ ସ୍କୁଲ। ଏନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର।  ପ୍ରଥମେ ୧୦ମ ରୁ ଦ୍ବାଦଶ ଏବଂ ପରେ ଷଷ୍ଠରୁ ନବମ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯୋଜନା ହେଉଛି ।ସେପ୍ଟେମ୍ବରରୁ ସ୍କୁଲ ଖୋଲିବା ନେଇ ଯୋଜନା କରୁଛି କେନ୍ଦ୍ର । ସେପ୍ଟେମ୍ବର ପହିଲାରୁ ନଭେମ୍ବର ଦ୍ବିତୀୟ ସପ୍ତାହ ଭିତରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କିଭଳି ସ୍କୁଲ ଖୋଲିବ ଏବଂ ପିଲାମାନେ କେମିତି ସୁରକ୍ଷିତ ଭାବେ ପାଠ ପଢିବେ ସେନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ନେତୃତ୍ବରେ କୋଭିଡ ପରିଚାଳନା ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟିରେ ଆଲୋଚନା ହୋଇଛି । ଅନଲକ୍‌ ୩ ଅଗଷ୍ଟ ଡେଡ୍‌ଲାଇନ୍ ପରେ ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ଯାହାକୁ ସବୁ ରାଜ୍ୟ ପାଳନ କରିବେ। ସ୍କୁଲ ଖୋଲିବା ପାଇଁ ଯେଉଁ ଯୋଜନା ହେଉଛି ସେଥିରେ ସେପ୍ଟେମ୍ବର ୧୫ ତାରିଖ ଭିତରେ ୧୦ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଆସିବେ ।  ଛାତ୍ରଛାତ୍ରୀମାନେ ୮ଟାରୁ ୧୧ଟା ଏବଂ ୧୨ଟାରୁ ୩ଟା  ଏଭଳି ୨ଟି ସିଫ୍ଟରେ କ୍ଲାସ କରିବେ।   କ୍ଲାସର ସବୁ ସେକ୍ସନ ପିଲାଙ୍କୁ ଗୋଟିଏ ଦିନରେ ଆସିବାକୁ ଦିଆଯିବ ନାହିଁ । ଅଲଟରନେଟିଭ ସେକ୍ସନ କ୍ଲାସ କରିବାକୁ ସୁଯୋଗ ପାଇବେ।  ସେପ୍ଟେମ୍ବର ୧୫ ପରେ ଷଷ୍ଠରୁ ନବମ ଶ୍ରେଣୀ ପିଲାମାନେ ସ୍କୁଲ ଯିବେ ।  ସବୁ ସ୍କୁଲ କୋଭିଡ ପାଇଁ ଦିଆଯାଇଥିବା ଏସ୍‌ଓପି ପାଳନ କରିବେ।

ତେବେ  ପ୍ରାଇମେରୀ ସ୍କୁଲ ଖୋଲିବା ଡେରିହେବ। ତା ବଦଳରେ ଅନ୍‌ଲାଇନ୍‌ କ୍ଲାସ୍ ଜାରି ରଖିବାକୁ ପ୍ରସ୍ତାବ ରହିଛି। ତେବେ କେବେ ଓ କେମିତି ସ୍କୁଲ ଖୋଲାଯିବ ସେ ନିଷ୍ପତ୍ତି ରାଜ୍ୟ ଉପରେ ଛାଡିବେ କେନ୍ଦ୍ର ସରକାର । କେନ୍ଦ୍ର ଶିକ୍ଷା ବିଭାଗ କରିଥିବା ଏକ ସର୍ଭେରୁ ଜଣା ପଡ଼ିଛି କରୋନା ଯୋଗୁଁ ପିଲାମାନଙ୍କୁ ସ୍କୁଲ ଛାଡ଼ିବା ପାଇଁ ବାପା ମା ଇଚ୍ଛୁକ ନୁହନ୍ତି । କିନ୍ତୁ କେତେକ ରାଜ୍ୟ ସ୍କୁଲ ଖୋଲିବା ଉପରେ ଗୁରୁତ୍ବ ଦେଉଛନ୍ତି । ଯେହେତୁ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀ କୋଭିଡ଼ ସ୍ଥିତିରେ ଅନ୍‌ଲାଇନ୍ ସୁବିଧା ନଥିବାରୁ ପାଠ ପଢାରେ ବହୁତ ପଛରେ ପଡ଼ିଯାଇଛନ୍ତି ସେଥିପାଇଁ ସ୍କୁଲ ଆରମ୍ଭ କରିବାକୁ କେତେକ ରାଜ୍ୟ ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here