ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ : ଦୁର୍ଘଟଣା ପରେ ଜଳିଗଲା ଗୋଟେ, ଡ୍ରାଇଭର ମୃତ

0
151

ଟାଙ୍ଗୀ, ୦୫/୦୯/୨୦୨୦: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ନଂ ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଳିଗଲା ଟ୍ରକ, ଡ୍ରାଇଭର ମୃତ ସହ ହେଲ୍‌ପର୍‌ ଗୁରୁତର ଥିବା ଜଣାପଡିଛି । ହେଲ୍‌ପର୍‌କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ନଂ ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକ ନିକଟରେ ଏକ ଟ୍ରକକୁ ପଛରୁ ପିଟିଛି ଆଉ ଏକ ଟ୍ରକ । ଯାହାଫଳରେ କି ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକରେ ଥିବା ଡ୍ରାଇଭର ନିଆଁରେ ପୋଡି ଯାଇ ମୃତ୍ୟୁ ବରଣ କରିଛନ୍ତି ।ସେହିପରି ଟ୍ରକରେ ଥିବା ହେଲ୍‌ପର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ହେଲ୍‌ପର୍‌ଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଭୁବନେଶ୍ୱର ଅଭିମୁଖେ ଆସୁଥିବାର ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here