ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ଖବର ” ଗ୍ରହରାଜ ” ସମ୍ପାଦକ ହରିହର ମହାପାତ୍ରଙ୍କ ତିରୋଧାନ ।

0
134

ନୟାଗଡ଼,୦୫/୦୯/୨୦୨୦ : ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ଗ୍ରହରାଜର ସମ୍ପାଦକ ହରିହର ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ସମେତ ଜିଲ୍ଲା ସାମ୍ବାଦିକମାନେ ଶୋକ ବ୍ୟକ୍ତ କରିଛନ୍ତି । ନିଶିକାନ୍ତ ରଥ , ରବିନ୍ଦ୍ର ପଟ୍ଟନାୟକ , ରାମକୃଷ୍ଣ ରଥ , ରିତେନ୍ଦ୍ର ଛାଟୋଇ , ବୈଦ୍ୟ ଭୂଷଣ ମହାପାତ୍ର , ନବକିଶୋର ମିଶ୍ର , ପ୍ରଶାନ୍ତ ଜେନା , ପ୍ରଦୀପ୍ତ ରଥ , ମହେଶ ମିଶ୍ର , ବାସୁଦେବ ମହାନ୍ତି , ଲୋକନାଥ ମିଶ୍ର , ସଂଜୟ କୁମାର ସ୍ୱାଇଁଙ୍କ ସମେତ ଅନେକ ସାମ୍ବାଦିକ ଶୋକ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ବାଘୁଆବାର୍ତ୍ତା ପକ୍ଷରୁ ମଧ୍ୟ ତାଙ୍କ ଅମର ଆତ୍ମାର ସତ୍‌ଗତି କାମନା କରାଯାଇଛି ।

ରିପୋର୍ଟ – ରବୀନ୍ଦ୍ର ବେହେରା

LEAVE A REPLY

Please enter your comment!
Please enter your name here