ନିଆରା ମଣିଷ ନାୟକ ସାର୍

0
108

ବ୍ରହ୍ମପୁର,୧୬/୦୪/୨୦୨୧ ( ଟୁକୁନା ପ୍ରଧାନ) -: ନିଆରା ମଣିଷ ପ୍ରସନ୍ନ କୁମାର ନାୟକ। ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ପେସାରେ ବିଜ୍ଞାନ ଶିକ୍ଷକ ସାଙ୍ଗକୁ ନିଶାରେ ଏକାଧାରରେ ଜଣେ କବି, ସାହିତ୍ୟିକ, ସମାଜସେବୀ, ପଶୁ ଓ ପକ୍ଷୀ ପ୍ରେମୀ ସାଙ୍ଗକୁ ଜଣେ ନିଆରା ମଣିଷ ଅଟନ୍ତି । ସେ ବିଭିନ୍ନ ସମୟରେ ବହୁ ପୁରସ୍କାର ସହ ମାନପତ୍ର ମଧ୍ଯ ପାଇଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ର ପ୍ରକୋପ ଜୋର୍ ଥିବାରୁ ପକ୍ଷୀ ମାନଙ୍କ ନିମନ୍ତେ ସେ ଏକ ଡବାରେ ସ୍ଵତନ୍ତ୍ର ଭାବେ ଖାଦ୍ୟ ଏବଂ ପାଣି ଯେମିତି ରହି ପାରିବ ସେ ନିମେନ୍ତ ପ୍ରସ୍ତୁତ କରି ବଣ୍ଟନ କରିଛନ୍ତି । ଫଳ ରେ ପକ୍ଷୀ ମାନେ ସୁବିଧାରେ ପାଣି ଓ ଖାଦ୍ୟ ପାଇ ପାରିବେ । ତାଙ୍କର ଏହି ମହାନ ଚିନ୍ତା ଧାରା ପାଇଁ ସେ ପ୍ରଶଂସା ର ପାତ୍ର ପାଲଟିଛନ୍ତି ।

 

LEAVE A REPLY

Please enter your comment!
Please enter your name here