ଅଜଣା ବିଷାକ୍ତ ସାପ କାମୁଡ଼ାରେ ଯୁବକଙ୍କ ମୃତ

0
251

ବ୍ରହ୍ମପୁର,୦୯/୦୬/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତ ବାଇଦିପଡା ଗ୍ରାମର ସନ୍ତୋଷ ଶବର ୨୫ ଙ୍କ ଆଜି ଭୋର୍ ୩ ଟା ସମୟରେ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଅଜଣା ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୋଦଳା ଥାନାରେ ଏକ ଲିଖିତ ପତ୍ର ପ୍ରଦାନ କରିଥିବା ନେଇ ଜଣାପଡିଛି ।ପ୍ରାପ୍ତ ସୂଚନା ମୁତାବକ ସନ୍ତୋଷ ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଆଜି ଭୋର୍ ୩ ଟା ସମୟରେ ଏକ ଅଜଣା ବିଷାକ୍ତ ସାପ ତାଙ୍କୁ କାମୁଡି ଥିଲା ସାଙ୍ଗେ ସାଙ୍ଗେ ପରିବାର ଲୋକ ତାକୁ ଖଲ୍ଲିକୋଟ ମେଡିକାଲ୍ କୁ ନେଇଥିଲେ ।ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। କୋଦଳା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇଥିବା ସୂଚନା ମିଳିଛି । ସନ୍ତୋଷ ଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here