କେନାଲ କୂଅ ରେ ବୁଡି ଯୁବକଙ୍କ ମୃତ୍ୟୁ

0
279

ବ୍ରହ୍ମପୁର,୦୯/୦୬/୨୦୨୧ ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ନୀଳାଞ୍ଚଳ ପ୍ରଧାନ ୩୫ ଙ୍କ ଆଜି କେନାଲ କୂଅ ରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳ ୬ ଟା ସମୟରେ ନୀଳାଞ୍ଚଳ କେନାଲକୁ ଗାଧୋଇବା ପାଇଁ ଯାଇଥିଲା ହଟାତ୍ ଗାଧୋଇବା ସମୟ ଗୋଡ ଖସି ସେ କେନାଲ କୂଅ ଭିତରେ ପଡି ଯାଇଥିଲ। । ସେଠାରେ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ପ୍ରକାଶ କରିଛନ୍ତି । ବେଗୁନିଆପଡ଼ା ଫାଣ୍ଡି ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ନିମନ୍ତେ ନେଇଥିବା ଜଣାପଡିଛି । ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି । ଏନେଇ ପରିବାର ପକ୍ଷରୁ ମଧ୍ଯ ଏକ ଲିଖିତ ପତ୍ର ବେଗୁନିଆପଡ଼ା ଫାଣ୍ଡିରେ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here