କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ: ଜିଲ୍ଲାପାଳ

0
217

ଛତ୍ରପୁର, ୧୨/୦୧/୨୦୨୨:
ଗୃହ ବିଭାଗ ନିର୍ଦ୍ଦେଶ ପ୍ରକାରେ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ 73 ତମ ସାଧାରଣ ତନ୍ତ୍ର ଦିବସ ପାଳିତହେବ। କୋଭିଡ କଟକଣା ଯୋଗୁଁ ବୈଠକ ବଦଳରେ ଆଲୋଚନା କରାଯାଇ, ଚଳିତ ବର୍ଷର ସାଧାରଣ ତନ୍ତ୍ର ଦିବସଟିକୁ ପାଳନ କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୂଳଙ୍ଗେ ଆଲୋଚନା କରି ନିର୍ଦେଶ ଦେଇଛନ୍ତି । ଚଳିତ ବର୍ଷରେ ପାଳିତ ହେବାକୁଥିବା ଏହି ଦିବସଟି ସ୍ବଳ୍ପ ସଂଖ୍ୟକ ବ୍ୟକ୍ତି ଵିଶେଷ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଏହି ଜାତୀୟ ଦିବସ ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଅନୁଷ୍ଠିତ ହେବ । ଓ.ଏସ.ଏ.ପି ଅଷ୍ଟମ ବାଟାଲିୟନ ,ଏ.ପି.ଆର ଫୋର୍ସ ଏବଂ ପୋଲିସ ହୋମ ଗାର୍ଡଙ୍କ ଦ୍ୱାରା ସମୁଦାୟ ତିନି ଗୋଟି ଦଳ ଏହି ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ ।ଓ.ଏସ.ଏ.ପି ଅଷ୍ଟମ ବାଟାଲିୟନ ଦଳଙ୍କ ଦ୍ଵାରା ଘୋଷ ବାଦ୍ୟ ପରିବେଷଣ କରାଯାଇ ପ୍ୟାରେଡ଼ ପରିଚାଳନା ହେବ । ଏଥି ସକାଶେ ଚଳିତ ମାସ ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୭ ଘଟିକା ଠାରୁ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ। ଉକ୍ତ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୫ ଘଟିକା ସମୟରେ ଛତ୍ରପୁର ସହରରେ ରାମଧିନ ପରିବେଷଣ ହେବ। ସାଧାରଣ ତନ୍ତ୍ର ଦିବସ ଦିନ ପୂର୍ବାହ୍ନ ୮ ଘଟିକା ୩୦ ମିନଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାର ପ୍ୟାରେଡ଼ରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦ୍ଧେଶ୍ୟରେ ଅଭିଭାଷଣ ପ୍ରଦାନ କାରିବେ। ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ୭ ଘଟିକା ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୁର୍ବକ ଜାତୀୟ ପତାକା ଉତ୍ତୋଳନ କାରିବେ । ଏହି ସମସ୍ତ ଅନୁଷ୍ଠାନ ଗୁଡିକରେ ସିମିତ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କୁ ନେଇ କୋଭିଡ ନିୟମର ସମ୍ପୂର୍ଣ୍ଣ ପାଳନ ପୁର୍ବକ ଏହି ଜାତୀୟ ଦିବସ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ପ୍ୟାରେଡ଼ ପଡ଼ିଆର ସଫେଇ, ସେନିଟାଏଜେସନ , ଜଳ ଯୋଗାଣ, ତୋରଣ ନିର୍ମାଣ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ସିମିତ ଲୋକ ଏବଂ ସାମ୍ବାଦିକଙ୍କ ବସିବା ନିମନ୍ତେ ସୁବ୍ୟବସ୍ଥା, ପ୍ୟାରେଡ଼ ଅଭ୍ୟାସ ଇତ୍ୟାଦି ନେଇ ସମ୍ପୃକ ବିଭାଗୀୟ ଅଧିକାରୀଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି।ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here