ବିଶିଷ୍ଟ ସମାଜସେବୀ ଭାବେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକା ସାରା ଲରେନ ମିଶ୍ର

0
150

ବ୍ରହ୍ମପୁର,୨୭/୦୧/୨୦୨୨: ସମାଜସେବା କାର୍ଯ୍ୟରେ ନିୟୋଜିତ ରହି ବହୁ ଅସହାୟ ଓ ଅନାଥଙ୍କ ମୁହଁରେ ଟିକେ ଖୁସି ପ୍ରଦାନ କରିବା ପାଇଁ ଦୀର୍ଘ ବର୍ଷରୁ ସେବା କାର୍ଯ୍ୟ କରି ବହୁ ଅସହାୟ ଓ ଅନାଥଙ୍କ ମଧ୍ୟରେ ପହଂଚି ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା ଯୋଗାଇ ଆସିଛନ୍ତି ସାମ୍ବାଦିକା ତଥା ସମାଜସେବୀ ସାରା ଲରେନ ମିଶ୍ର । ଏହି ଅବସରରେ ଆଜି ସାମ୍ବାଦିକ ତଥା ସମାଜସେବୀ ସାରା ଲରେନ ମିଶ୍ରଙ୍କୁ ବିଶିଷ୍ଟ ସମାଜସେବୀ ଭାବେ ସମ୍ବର୍ଦ୍ଦିତ କରାଯାଇଛି । ସମାଜସେବୀ ସାରା ଲରେନ ମିଶ୍ର ପ୍ରତେକ ସ୍ଥାନରେ ତଥା ପ୍ରତ୍ୟେକ ସମୟରେ ଯେକୌଣସି ଅସହାୟ ମାନଙ୍କୁ ଦେଖିଲେ ସହାୟତା କରିବା ନିମନ୍ତେ କେବେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ସେହିଭଳି ବର୍ତମାନ କରୋନା ମହାମାରୀ ସମୟରେ ବ୍ରହ୍ମପୁର ଅଂଚଳର ବସଷ୍ଟାଣ୍ଡ , ରେଳ ଷ୍ଟେସନ ଓ ବିଭିନ୍ନସ୍ଥାନରେ ଅସହାୟ ତଥା ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ଖାଦ୍ୟ ଓ କମ୍ବଳର ବ୍ୟବସ୍ଥା କରିଥିବା ବେଳେ ସରକାରୀ ଯୋଜନାରୁ ବହୁ ଦୂରରେ ବସବାସ କରୁଥିବା ପରିବାର ନିକଟରେ ପହଂଚି ସେମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରିଛନ୍ତି । ଏହି ଅବସରରେ ଆଜି ସାମ୍ବାଦିକ ତଥା ସମାଜସେବୀ ସାରା ଲରେନ ମିଶ୍ରଙ୍କୁ ବିଶିଷ୍ଟ ସମାଜସେବୀ ଭାବେ ସମ୍ବନ୍ଧିତ କରାଯାଇଛି । ସୂଚନା ପ୍ରକାରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥ ଭାବେ ଉପସ୍ଥିତ ରହି ମାନପତ୍ର ଓ ସମ୍ମାନ ଫଳକ ଦେଇ ସାମ୍ବାଦିକ ତଥା ସମାଜସେବୀ ଶ୍ରୀମତୀ ସାରା ଲରେନ ମିଶ୍ରଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ . ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here