୪୧ ଓ ୪୩ ନଂ ଜୋନରେ ବିଧାୟକଙ୍କ ନିର୍ବାଚନୀ ପ୍ରଚାର

0
385

ବୁଗୁଡା, ୦୭/୦୨/୨୦୨୨: ବୁଗୁଡା ବ୍ଲକର ୪୧ ଓ ୪୩ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଚାରିଗୋଟି ଗ୍ରାମ ପଞ୍ଚାୟତ ରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ନିର୍ବାଚନ ପ୍ରଚାର କରିଥିବା ଜଣାପଡ଼ିଛି। ପାଙ୍ଗିଡ଼ି ପଞ୍ଚାୟତରେ ୪୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସମିତା ସ୍ବାଇଁ ଓ ବିଜେଡି ସମର୍ଥୀତ ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ସପକ୍ଷରେ ବିଧାୟକ ଶ୍ରୀ ସାହୁ ଭୋଟ ପ୍ରଚାର କରିଥିଲେ। ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ସ୍ବାଇଁ ଙ୍କୁ ଶଙ୍ଖ ଚିହ୍ନରେ ଓ ସମିତି ସଭ୍ୟା ପ୍ରାର୍ଥୀନୀ ସସ୍ମିତା ଆପଟ ଙ୍କୁ ବସ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ। ପ୍ରକାଶ ଥାଉକି ପାଙ୍ଗିଡ଼ି ପଞ୍ଚାୟତରେ ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ଭାଗ୍ୟଲତା ବିଷୋୟୀ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ୪୩ ନମ୍ବର ଜିଲ୍ଲା ପରିଷଦ ଅନ୍ତର୍ଗତ ଭାଗବାନପୁର, ତାକରଡା ଓ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତରେ ମଧ୍ୟ ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟ ନିର୍ବାଚନ ପ୍ରଚାର କରିଥିଲେ। ୪୩ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଚାନ୍ଦିନୀ ନାୟକଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାସହ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ଙ୍କୁ ଭୋଟ ଦେବାପାଇଁ ବିଧାୟକ ଶ୍ରୀ ସାହୁ ନିବେଦନ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here