‘ବାୟୁ ସ୍ୱାସ୍ଥ୍ୟ ସେବା’ କାହା ସ୍ୱାର୍ଥରେ ? : ବଳଭଦ୍ର ମାଝୀ » ପ୍ରହେଳିକା ନକରି ଗରୀବଙ୍କୁ ପ୍ରକୃତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ “ବାୟୁ ସ୍ବାସ୍ଥ୍ୟ ସେବା” ଯୋଗାଇ ଦେବାର ଘୋଷଣା କେବଳ ପ୍ରଚାର ସର୍ବସ୍ବ

0
172

ଭୁବନେଶ୍ୱର,୧୭/୦୪/୨୦୨୨: ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗା ଦେବାରେ ନାମରେ ରାଜ୍ୟ ସରକାର ପୁଣି ଥରେ ପଛୁଆ ଅଂଚଳ ଓ ସ୍ଵାଭୀମାନ ଅଂଚଳବାସୀଙ୍କ ଭାବାବେଗ ସହ ଖେଳିଛନ୍ତି । ମୌଳିକ ସ୍ଵାସ୍ଥ୍ୟ ସେବା ପାଇଁ ଆବଶ୍ୟକୀୟ ଭିତିଭୂମି ଯୋଗାଇବାରେ ବିଫଳ ରାଜ୍ୟ ସରକାର ବିଭ୍ରାନ୍ତ କରିଆରେ ସାଧାରଣରେ ଦ୍ବନ୍ଦ ସୃଷ୍ଟି କରୁଛନ୍ତି । ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଭଳି ପଛୁଆ ଓ ସ୍ଵାଭୀମାନ ଅଂଚଳରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର, ଟେକ୍ନିସିଆନ ନାହାନ୍ତି । ନବରଙ୍ଗପୁର ଜିଲ୍ଲାରେ ୧୬୫ ଡାକ୍ତର ପଦବୀ ଖାଲି ପଡ଼ିଛି । ସରକାରୀ ସ୍ତରରେ ଆବଶ୍ୟକୀୟ ଔଷଧ ନମିଳୁଥିବାରୁ ଘରୋଇ ଔଷଧ ଦୋକାନ ଉପରେ ନିର୍ଭରଶୀଳ । ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ହୁଗୁଳି ପଡିଥିବା ବେଳେ ତାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ” ବାୟୁ ସ୍ଵାସ୍ଥ୍ୟ ସେବା” ଯୋଗାଇ ଦେବାର ଘୋଷଣା କେବଳ ପ୍ରଚାର ସର୍ବସ୍ଵ ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଠ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଚଳିତ ମାସ ୧୫ ଓ ୧୬ତାରିଖ ଦୁଇ ଦିନ ପାଇଁ ବିଚ୍ଛିନ୍ନାଚଂଳରେ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ୬ ଜଣ ଡାକ୍ତର ହେଲିକ୍ୟାପଟରରେ ନବରଙ୍ଗପୁର ଆସିଥିଲେ କିନ୍ତୁ ସେଠାରେ ଡାକ୍ତରମାନେ ୨ ଦିନ ରହି ବିଚ୍ଛିନ୍ନାଚଂଳ ରୋଗୀଙ୍କ ପାଇଁ କୌଣସି ସୁବିଧା ନକରି ଲାବରେଟେରିରେ ଟେଷ୍ଟ କରି ପୁଣି ଫେରିଆସିଲେ । ୪ ଜଣ ଡାକ୍ତର ହେଲିକେପ୍ଟରରେ ଯାଇ ରକ୍ତ ପରୀକ୍ଷା, ଇସିଜି, ଏକ୍ସରେ, ଏଣ୍ଡୋମ୍ବୋପି ଭଳି ସାମାନ୍ୟ ଚିକିତ୍ସା ପାଇଁ ୨୦ଲକ୍ଷରୁ ଅଧିକ ଖର୍ଚ କରିବା ପଛରେ କାରଣ କେବଳ ପ୍ରବାର ବୋଲି ଶ୍ରୀ ମାଝୀ କହିଛନ୍ତି ।ରାଜ୍ୟବାସୀଙ୍କ ଅର୍ଥରେ ଏଭଳି ଅଯଥା ଖର୍ଚ୍ଚ କରି ଶାସକ ବିଜେଡି କଣ ବାର୍ତ୍ତା ଦେବାକୁ ଚାହୁଁଛି ? ଏହି ଯୋଜନା କାହା ସ୍ଵାର୍ଥରେ ? ବାୟୁ ସ୍ଵାସ୍ଥ୍ୟ ସେବା କାହା ପାଇଁ, କିଏ ବାୟୁରେ ଯିବା ଆସିବା କରିଛନ୍ତି ବୋଲି ପ୍ରଶ୍ନ କରିବା ସହିତ ବାୟୁ ସେବାର ପ୍ରହେଳିକା ନକରି ବାସ୍ତବରେ ଗରୀବଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here